ସବୁ ମୋବାଇଲରେ ଇନଷ୍ଟଲ୍ ହେବ ସଂଚାର ସାଥୀ ଆପ୍। ଏଥିପାଇଁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର। ନୂଆ ମୋବାଇଲରେ ଇନ୍ ବିଲଡ୍ ଆସିବ ସଂଚାର ସାଥୀ ଆପ୍। ପୁରୁଣା ମୋବାଇଲରେ ସଫଟୱେର ଅପଡେଟ୍ କରି ଏହି ଆପ୍ ଇନଷ୍ଟଲ୍ କରାଯିବ। ଏହି ଆପ୍ କୁ କେହି ଡିଲିଟ୍ କରିପାରିବେ ନାହିଁ କି ନିଷ୍କ୍ରିୟ ବି କରିପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର। ସାଇବର୍ ଫ୍ରଡ୍ ରୋକିବାକୁ ଏହି ପଦକ୍ଷେପ ନିଆଯାଇଥିବା କହିଛନ୍ତି ସରକାର। ୯୦ ଦିନ ଭିତରେ ଏହା ସଂପୂର୍ଣ୍ଣ କରିବାକୁ ଓ ୧୨୦ ଦିନ ଭିତରେ କଂପ୍ଲାଏନ୍ସ ରିପୋର୍ଟ ଦାଖଲ କରିବାକୁ କେନ୍ଦ୍ର ଦେଇଛି ନିର୍ଦ୍ଦେଶ। କିନ୍ତୁ ବିରୋଧୀଙ୍କ ଅଭିଯୋଗ ହେଲା, ଗୁଇନ୍ଦାଗିରି କରିବାକୁ ଷଡ଼ଯନ୍ତ୍ର କରିଛନ୍ତି କେନ୍ଦ୍ର ସରକାର। କାହିଁକି ଲୋକଙ୍କ ଉପରେ ଗୁଇନ୍ଦା ଗିରି କରିବାକୁ ନଜର ରଖିବାକୁ ସରକାର ଷଡ଼ଯନ୍ତ୍ର କରିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ । ଲୋକଙ୍କର ପ୍ରାଇଭେସିର ଏହା ଉଲ୍ଲଂଘନ ବୋଲି ବିରୋଧୀ ଅଭିଯୋଗ କରିଛନ୍ତି। କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧି ଏହାକୁ ଗୁଇନ୍ଦାଗିରିର ଆପ୍ ବୋଲି କହିଛନ୍ତି। ଦେଶରେ ଏକଛତ୍ରବାଦ ଶାସନ ଲାଗୁ କରିବାକୁ ଯୋଜନା କରାଯାଉଛି।
ସବୁ ମୋବାଇଲରେ ଇନଷ୍ଟଲ୍ ହେବ ସଂଚାର ସାଥୀ ଆପ୍। ଏଥିପାଇଁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର। ଫୋନ୍ କମ୍ପାନୀମାନଙ୍କୁ ସଞ୍ଚାର ସାଥୀ ଆପ୍ ପ୍ରି-ଇନଷ୍ଟଲ୍ କରିବାକୁ ସରକାର ନିର୍ଦ୍ଦେଶ ଦେବା ପରେ ଆରମ୍ଭ ହୋଇଛି ରାଜନୀତି । ତେବେ ଏହି ନିର୍ଦ୍ଦେଶ ଜନସାଧାରଣଙ୍କ ଗୋପନୀୟତାର ଉଲଙ୍ଘନ ବୋଲି ବିରୋଧୀମାନେ ବିରୋଧ କରୁଛନ୍ତି । ତେବେ ଏହାକୁ ନେଇ କଂଗ୍ରେସ ସାଂସଦ ପ୍ରିୟଙ୍କ ଗାନ୍ଧୀ ଭଦ୍ରା ଏବଂ ଶିବସେନା ସାଂସଦ ପ୍ରିୟଙ୍କା ଚତୁର୍ବେଦୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି ।
ପ୍ରିୟଙ୍କା କହିଛନ୍ତି କି, ଏହା ଏକ ଗୁପ୍ତ ଆପ୍ । ଯାହାକି ହାସ୍ୟାସ୍ପଦ । ଦେଶର ନାଗରିକମାନଙ୍କ ଗୋପନୀୟତାର ଅଧିକାର ରହିଛି । ସରକାରଙ୍କ ଯାଞ୍ଚ ବିନା ପରିବାର ଏବଂ ବନ୍ଧୁମାନଙ୍କୁ ବାର୍ତ୍ତା ପଠାଇବା ପାଇଁ ପ୍ରତ୍ୟେକଙ୍କ ପାଖରେ ଗୋପନୀୟତା ରହିବା ଉଚିତ୍ । ସରକାର ଏବେ ଦେଶକୁ ଏକଛତ୍ରବାଦ ଶାସନରେ ପରିଣତ କରିବାକୁ ଚାହୁଁଛନ୍ତି । ସେପଟେ ପ୍ରିୟଙ୍କା ଚତୁର୍ବେଦୀ କହିଛନ୍ତି କି, ଏହି ଆପ୍ ସମ୍ପୂର୍ଣ୍ଣ ଭାବେ ହାସ୍ୟାସ୍ପଦ । ଏହାର ଅର୍ଥ ହେଉଛି କି, ମୋବାଇଲରେ କରାଯାଉଥିବା ସମସ୍ତ କାର୍ଯ୍ୟକଳାପକୁ ଟ୍ରାକ୍ କରାଯାଇପାରିବ ।
ପ୍ରିୟଙ୍କା ଗାନ୍ଧୀ କହିଛନ୍ତି ଯେ ବିରୋଧୀ ଦଳକୁ ଦୋଷ ଦେବା ସହଜ, ଯେଉଁମାନେ କୌଣସି ଆଲୋଚନାକୁ ବାଧା ଦେଉଛନ୍ତି କାରଣ ସରକାର କିଛି ଆଲୋଚନା କରିବାକୁ ମନା କରୁଛନ୍ତି। ଏକ ସୁସ୍ଥ ଗଣତନ୍ତ୍ର ଆଲୋଚନା ଦାବି କରେ। ସେ କହିଛନ୍ତି ଯେ ଠକେଇ ରିପୋର୍ଟ କରିବା ଏବଂ ପ୍ରତ୍ୟେକ ଭାରତୀୟ ନାଗରିକ ନିଜ ଫୋନରେ କ’ଣ କରୁଛନ୍ତି ତାହା ଉପରେ ନଜର ରଖିବା ମଧ୍ୟରେ ଏକ ପତଳା ରେଖା ଅଛି। ସେ ଏହି ପ୍ରକାରର କାର୍ଯ୍ୟ ପାଇଁ ସରକାରଙ୍କୁ ସମାଲୋଚନା କରି କହିଛନ୍ତି ଯେ ସରକାର ଠକେଇର ଆଳ ଦେଖାଇ ନାଗରିକଙ୍କ ଫୋନ ଉପରେ ନଜର ରଖିବାକୁ ଚେଷ୍ଟା କରୁଛନ୍ତି।

