ସଂଚାର ବ୍ୟୁରୋ: ତାମିଲନାଡୁ ଡିଣ୍ଡିଗୁଲରେ ଭୟଙ୍କର ଅଗ୍ନିକାଣ୍ଡ। ସହରରେ ଥିବା ସତ୍ୟ ଶୁଭା ମଲ୍ଟି ସ୍ପେଶାଲିଟି ହସ୍ପିଟାଲରେ ଲାଗିଥିଲା ନିଆଁ। ହଠାତ ହସ୍ପିଟାଲର ତୃତୀୟ ମହଲାରେ ଅଗ୍ନିକାଣ୍ଡ ଘଟିଥିଲା। ନିଆଁ ଲାଗିଥିବା ଖବର ପାଇଁ ଅଗ୍ନିଶମବାହିନୀର ଏକାଧିକ ଟିମ ଲିଭାଇବା କାମରେ ଲାଗିଥିଲେ। ୧୫ରୁ ଅଧିକ ଫାୟାରମ୍ୟାନ୍ ଲାଗି ଘଣ୍ଟାକ ଧରି ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିଥିଲେ। ତେବେ ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନଥିବା ଜଣାପଡିଛି। ସର୍ଟ ସର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ଅଗ୍ନିକାଣ୍ଡରେ ହସ୍ପିଟାଲର ଅଧିକ କ୍ଷୟକ୍ଷତି ଘଟିନଥିବା ଜଣାପଡ଼଼ିଛି। ତେବେ କେମିତି ଲାଗିଲା ନିଆଁ ଏ ନେଇ ତଦନ୍ତ ଜାରି ରହିଛି।

