ସଂଚାର ବ୍ୟୁରୋ: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍ ଅନ୍ତର୍ଗତ ସିକାଟି ଗାଁରେ ଅଘଟଣ। ଝାଡ଼ା ବାନ୍ତିରେ ମା’ପୁଅଙ୍କ ମୃତ୍ୟୁ ଘଟିଥିବା ବେଳେ ପରିବାରର ଅନ୍ୟ ତିନିଜଣ ଆକ୍ରାନ୍ତ ଥିବା ଜଣାପଡ଼ିଛି । ସମସ୍ତେ ଗୋଟିଏ ପରିବାରର ହୋଇଥିବା ବେଳେ ଖବର ପାଇ ଗାଁରେ ପହଁଚି ଆକ୍ରାନ୍ତଙ୍କୁ ଚିକିତ୍ସା କରୁଛନ୍ତି ସ୍ବାସ୍ଥ୍ୟ କର୍ମୀ । ଜଙ୍ଗଲି ଛତୁ ଖାଇ ଆକ୍ରାନ୍ତ ହୋଇଥିବା ଅନୁମାନ କରାଯାଉଛି । ସିକାଟି ଗ୍ରାମର ଲୋଚନ ମଳିକଙ୍କ ବୋହୂ ସୁକୁମାରୀ ମଳିକ ଓ ୧୨ ବର୍ଷର ନାତି ଆୟୁଷଙ୍କ ମୃତ୍ୟୁ ଘଟିଥିବା ବେଳେ ଲୋଚନ ମଳିକ ଓ ଦୁଇ ପୁଅ ଆକ୍ରାନ୍ତ ଥିବା ଜଣାପଡିଛି ।

