ସଂଚାର ବ୍ୟୁରୋ: ଦଶମ ଦିନରେ ଜାମ୍ମୁ ଓ କାଶ୍ମୀରରେ ଆର୍ମି ଅପରେସନ। କିସ୍ତବାଡ଼ ଜିଲ୍ଲା ସମେତ ଅନ୍ୟାନ୍ୟ ସ୍ଥାନରେ ଜାରି ରହିଛି ସର୍ଚ୍ଚ ଅପରେସନ। ଗତକାଲି ୨ ଜଣ ଯବାନ ସହିଦ ହେବା ପରେ ଆଜି ଜୋରସୋରରେ ଜାରି ରହିଛି ଅପରେସନ। ପାର୍ବତ୍ୟାଞ୍ଚଳର ଦୁଲ ଅଞ୍ଚଳରେ ଏହି ଅପରେସନ ଜାରି ରହିଛି। କିଛି ଆତଙ୍କବାଦୀ ଲୁଚି ରହିଥିବା ଆଶଙ୍କା ଥିବାରୁ ସେଠାରେ କମ୍ବିଂ ଜୋରସୋରରେ ଚାଲିଛି। ଆର୍ମିର ହ୍ବାଇଟ ନାଇଟ କର୍ପସ ପକ୍ଷରୁ ଏହି ଅପରେସନ ଜାରି ରହିଛି। କିସ୍ତବାଡର ବିଭିନ୍ନ ସନ୍ଦିଗ୍ଧ ସ୍ଥାନରେ ସର୍ଚ୍ଚ ଅପରେସନ ଜାରି ରହିଛି। ୨୬ଟି ଠିକଣା ଉପରେ ରେଜ ହୋଇଛି। ହିଜବୁଲ ମୁଜାହିଦ୍ଦିନ ଆତଙ୍କୀ ମହମ୍ମଦ ଅମିନ ଭଟ ଓରଫ ଜାହାଙ୍ଗୀର ସରୁରୀର ଘର ଉପରେ ବି ରେଡ ହୋଇଛି। ପାକିସ୍ତାନ ଓ ପାକ୍ ଅଧିକୃତ କାଶ୍ମୀରରୁ ଆତଙ୍କବାଦୀ ଆସୁଥିବା ସହ ଅସ୍ତ୍ରଶସ୍ତ୍ର ଆସୁଥିବା ସୂଚନା ମିଳିବା ପରେ ଏହି ସର୍ଚ୍ଚ ଅପରେସନ ଜାରି ରହିଛି। ଗତକାଲି ୧୫ଟି ଡୋଡା ଜିଲ୍ଲାର ୧୫ଟି ସ୍ଥାନରେ ଜାରି ରହିଥିଲା ସର୍ଚ୍ଚ ଅପରେସନ। କିସ୍ତବାଡ, ଚାତ୍ରୋ, ଦଚନ, ଆଠୋଲି ଆଦି ସ୍ଥାନରେ ପୋଲିସ ମୁତୟନ ରହିଛନ୍ତି। ବର୍ତ୍ତମାନ ସୁଦ୍ଧା ୩ ଜଣ ଆତଙ୍କୀ ନିପାତ ହୋଇଥିବା ସୂଚନା ମିଳିଛି। କୁଲଗାମରେ ଆତଙ୍କୀ ଲୁଚିଥିବା ସୂଚନା ମିଳିବା ପରେ ସେଠାରେ ଚାଲିଛି ଅପରେସନ। ଆତଙ୍କୀଙ୍କୁ ଠାବ କରିବା ଲାଗି ଡ୍ରୋନ ଓ ହେଲିକପ୍ଟର ନିୟୋଜିତ କରାଯାଇଛି।