Sunday, November 8, 2026
  • About
  • Advertise
  • Careers
  • Contact
sanchar.live
  • Home
  • Epaper
  • ରାଜନୀତି
  • ଓଡିଶା
  • ଭାରତ
  • ବିଦେଶ
  • କ୍ରୀଡ଼ା
  • ମନୋରଞ୍ଜନ
  • ଜୀବନ ଶୈଳୀ
  • Login
No Result
View All Result
sanchar.live
Home ବିଦେଶ

ଶୁଳ୍କ ବୃଦ୍ଧିକୁ ନେଇ ଟ୍ରମ୍ପଙ୍କ ଧମକ

Sanchar Live by Sanchar Live
August 5, 2025
in ବିଦେଶ
0
0
SHARES
34
VIEWS
Facebook
Twitter

ସଂଚାର ବ୍ୟୁରୋ: ଟ୍ରମ୍ପଙ୍କୁ ଭାରତର କଡ଼ା ଜବାବ । ଭାରତ  ସରକାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନୂତନ ଟାରିଫ୍ ଚେତାବନୀକୁ ଉତ୍ତର ଦେଇ ଏକ କଠୋର ବିବୃତି ପ୍ରକାଶ କରିଛନ୍ତି । ବୈଦେଶିକ ବ୍ୟାପାର ମନ୍ତ୍ରାଳୟ  ବିବୃତିରେ କୁହାଯାଇଛି ଯେ, ରୁଷ୍ ଠାରୁ ତେଲ କିଣିବା ନେଇ ପାଇଁ ଆମେରିକା ଏବଂ ଇଉରୋପୀୟ ସଂଘ ଭାରତକୁ ଟାର୍ଗେଟ୍ କରିଛନ୍ତି । ଯାହା ପରେ ଆମେରିକା ଶୁଳ୍କ ବୃଦ୍ଧି ଧମକ ପରେ ଭାରତ କଡ଼ା ଜବାବ ଦେଇଛି ।

ଭାରତ ରୁଷଠାରୁ ତେଲ କିଣି ଅଧିକ ଲାଭ କରୁଛି ବୋଲି ଟ୍ରମ୍ପ ଅଭିଯୋଗ ଆଣିଛନ୍ତି । ଏହା ଛଡ଼ା ସେ କହିଛନ୍ତି ଯେ, ଭାରତ କେବଳ ରୁଷରୁ କ୍ରୁଡ ଅଏଲ କିଣୁନାହିଁ ବରଂ ଏହି ତେଲକୁ ଖୋଲାରେ ବିକି ଅଧିକ ଲାଭ କରୁଛି । ଯେଉଁଥିପାଇଁ ଭାରତ ଉପରେ ଲାଗିଥିବା ଶୁଳ୍କ ବଢାଇବାକୁ ଧମକ ଦେଇଛନ୍ତି ।

Related posts

ମିଡ୍ ଟର୍ମ ଟେଷ୍ଟରେ ଫେଲ୍ ଟ୍ରମ୍ପ: ହାରିଲା ରିପବ୍ଲିକାନ୍ ପାର୍ଟି

ମିଡ୍ ଟର୍ମ ଟେଷ୍ଟରେ ଫେଲ୍ ଟ୍ରମ୍ପ: ହାରିଲା ରିପବ୍ଲିକାନ୍ ପାର୍ଟି

November 4, 2026
ଭୁଟାନରେ ଗ୍ଲେସିୟର ହ୍ରଦ ଫାଟିବା ପରେ ବଡ଼ ବନ୍ୟା ଆଶଙ୍କା

ଭୁଟାନରେ ଗ୍ଲେସିୟର ହ୍ରଦ ଫାଟିବା ପରେ ବଡ଼ ବନ୍ୟା ଆଶଙ୍କା

October 30, 2026

ଏହାରି ମଧ୍ୟରେ ଆମେରିକା ଏବଂ ୟୁରୋପିଓ ଦେଶକୁ କଡ଼ା ସମାଲୋଚନା କରିଛି ଭାରତ ବୈଦେଶିକ ମନ୍ତ୍ରଣାଳୟ । ଯାହା ଦ୍ବାରା ଆମେରିକା ଏବଂ ୟୁରୋପର ଦୋମୁହାଁ ନୀତିକୁ ପଦାରେ ପକାଇଛି ଭାରତ । ଏଥି ସମେତ ଆବଶ୍ୟକ ଅନୁଯାୟୀ ଭାରତ ତେଲ କିଣୁଛି ବୋଲି ମଧ୍ୟ କହିଛି । ଏହା ଅନ୍ୟାୟ ଏବଂ ଅଯଥାର୍ଥ । ଟ୍ରମ୍ପଙ୍କ ପ୍ରତି ଜବାବରେ ଭାରତ କହିଛି ଯେ, କୌଣସି ବଡ଼ ଅର୍ଥନୈତିକ ଶକ୍ତି ପରି, ଭାରତ ନିଜର ହିତ ଏବଂ ଅର୍ଥନୈତିକ ସୁରକ୍ଷା ପାଇଁ ଯଥାସମ୍ଭବ ପଦକ୍ଷେପ ନେବ । ୨୦୨୪ରେ ଇଉରୋପୀୟ ସଂଘ ରୁଷ୍  ସହିତ ୬୭.୫ ବିଲିୟନ୍ ଇଉରୋ ବାଣିଜ୍ୟ କରିଥିଲା । ସେହିପରି ୨୦୨୩ରେ ୧୭.୨ ବିଲିୟନ୍ ଇଉରୋ ବାଣିଜ୍ୟ କରିଥିଲା ଯାହା ଭାରତର ରୁଷ୍ ସହିତ ବାଣିଜ୍ୟ ଠାରୁ ଅଧିକ । ଆମେରିକା ମଧ୍ୟ ରୁଷ୍ ଠାରୁ ଇଉରେନିୟମ ହେକ୍ସାଫ୍ଲୋରାଇଡ, ପାଲାଡିୟମ, ଫର୍ଟିଲାଇଜର ଏବଂ କେମିକାଲ୍ସ କିଣୁଛି ବୋଲି ଭାରତ କହିଛି । ତେଣୁ ରୁଷରୁ ତେଲ ଆମଦାନୀ ନେଇ ଭାରତକୁ ଟାର୍ଗେଟ କରାଯିବା ଆଦୌ ଉଚିତ୍ ନୁହେଁ ବୋଲି ଭାରତ ପକ୍ଷରୁ କୁହାଯାଇଛି । ଏହା ଛଡ଼ା ଅର୍ଥନୀତିର ସୁରକ୍ଷା ପାଇଁ କିଛି ବି ପଦକ୍ଷେପ ନେବାକୁ ଭାରତ ପଛ ଘୁଞ୍ଚା ଦେବନାହିଁ ।

Tags: doland trumpindiaoil

POPULAR NEWS

  • ଜଣା ପଡିଲା ସତ, ଜାଣନ୍ତୁ କେମିତି ତେଲ କଡେଇରେ ପଡିଲେ ହାଡୁ

    ଜଣା ପଡିଲା ସତ, ଜାଣନ୍ତୁ କେମିତି ତେଲ କଡେଇରେ ପଡିଲେ ହାଡୁ

    0 shares
    Share 0 Tweet 0
  • ଯଦି ଏବେ ଓଡ଼ିଶାରେ ଭୋଟ ହୁଏ, ଜିତିବ କିଏ ?

    0 shares
    Share 0 Tweet 0
  • ବେଙ୍ଗାଲୁରୁରେ ଓଡ଼ିଆ ଯୁବକଙ୍କୁ ନିର୍ମମ ହତ୍ୟା

    0 shares
    Share 0 Tweet 0
  • ଟୁଇନି ସିଟିରେ ପଲଙ୍କ ସେବାରେ ବାଂଲାଦେଶୀ ଯୁବତୀ

    0 shares
    Share 0 Tweet 0
  • ଅନୁଗୁଳରେ ଯୁବତୀଙ୍କୁ ଅସଦାଚରଣ ଓ ଧମକ ଅଭିଯୋଗରେ ଯୁବନେତା ଗିରଫ

    0 shares
    Share 0 Tweet 0
sanchar.live

We bring you the best Premium WordPress Themes that perfect for news, magazine, personal blog, etc.

Follow us on social media:

Recent News

  • ଦୀପାବଳିରେ ଅଘଟଣ: ନଜର ପକାନ୍ତୁ ଦେଶର ବିଭିନ୍ନ ସ୍ଥାନରେ ଘଟିଥିବା ଅଘଟଣ ଉପରେ…
  • ରାତିରେ ଶୋଇବାବେଳେ କେଶ ବାନ୍ଧି ଶୋଇବେ ନା ଖୋଲିକି ଶୋଇବେ?
  • ୧୯ ବର୍ଷରୁ କମ୍ ଏସୀଆ କପରେ ଭାରତର ପରାଜୟ: ହରାଇଲା ପାକିସ୍ତାନ

Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Newsletter

  • About
  • Advertise
  • Careers
  • Contact

© 2026 Sanchar - Technology Partner OneByte.

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In
No Result
View All Result
  • Home
  • Epaper
  • ରାଜନୀତି
  • ଓଡିଶା
  • ଭାରତ
  • ବିଦେଶ
  • କ୍ରୀଡ଼ା
  • ମନୋରଞ୍ଜନ
  • ଜୀବନ ଶୈଳୀ

© 2026 Sanchar - Technology Partner OneByte.