ସଂଚାର ବ୍ୟୁରୋ: ସୃଷ୍ଟି ହେଲା ଲଘୁଚାପ। ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ଗାଙ୍ଗେୟ-ପଶ୍ଚିମବଙ୍ଗ ଉପତ୍ୟକା ଏବଂ ତାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ଆଗାମୀ ୨ ରୁ ୩ ଦିନ ଯାଏଁ ଝାଡ଼ଖଣ୍ଡ ଏବଂ ଉତ୍ତର ଛତିଶଗଡ ମଧ୍ୟ ଦେଇ ଗତି କରିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ୮ଟି ସ୍ଥାନରେ ଭାରି ବର୍ଷା ରେକର୍ଡ ହୋଇଛି। ଝାରସୁଗୁଡାରେ ୨୦୫.୨ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ବେଳେ, ଦେଓଗାଁରେ ୩୦୬ ମିଲିମିଟର, ଲାଇକେରାରେ ୨୭୦.୪, କିରମେରାରେ ୨୫୫.୩, କୋଲାବିରା ଓ କୁଚିଣ୍ଡା ୨୩୩ ମିଲିମିଟର, ସୁନ୍ଦରଗଡରେ ୨୦୭.୮ ଓ ସମ୍ବଲପୁର ବାମରାରେ ୨୮୫.୪ ମିଲିମିଟର ବର୍ଷା ରେକର୍ଡ ହୋଇଛି।