Wednesday, March 4, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଭାରତ

ମୌସୁମୀ ବର୍ଷାରେ ବେହାଲ୍ ମାୟାନଗରୀ ମୁମ୍ବାଇ

Sanchar Live by Sanchar Live
May 27, 2025
in ଭାରତ
0
ମୌସୁମୀ ବର୍ଷାରେ ବେହାଲ୍ ମାୟାନଗରୀ ମୁମ୍ବାଇ
0
SHARES
12
VIEWS
FacebookTwitter

ମୌସୁମୀ ବର୍ଷାରେ ବେହାଲ୍ ହୋଇପଡିଛି ମାୟାନଗରୀ ମୁମ୍ବାଇ । ମୁମ୍ବାଇରେ ପ୍ରବଳ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଏଥିସହିତ ବିଗତ ୭୫ ବର୍ଷ ପରେ ମୁମ୍ବାଇକୁ ସବୁଠୁ ଶୀଘ୍ର ପ୍ରବେଶ କରିଛି ମୌସୁମୀ । ଭାରତୀୟ ପାଣିପାଗ ବିଭାଗ ଅନୁସାରେ, ସାଧାରଣତଃ ଜୁନ୍ ୧୧ ତାରିଖ ବେଳକୁ ମୌସୁମୀ ମୁମ୍ବାଇରେ ପହଞ୍ଚିଥାଏ । କିନ୍ତୁ ଚଳିତଥର ୧୬ ଦିନ ଆଗୁଆ ପହଞ୍ଚିଛି । ସେପଟେ ମୌସୁମୀ ପ୍ରଭାବରେ ମୁମ୍ବାଇ ସମେତ ପୂରା ମହାରାଷ୍ଟ୍ରର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ମୁମ୍ବାଇରେ ରେଡ ଆଲର୍ଟ ଜାରି କରାଯାଇଛି ।

ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ କହିଛନ୍ତି, ଏତେ ଜୋରେ ବର୍ଷା ଦଶକରେ ହୋଇନାହିଁ । ଲୋକଙ୍କୁ ଠିକ୍ ସମରେ ସହାୟତା ମିଳିବ, ସୁନିଶ୍ଚିତ କରିବା ପାଇଁ ଆମ ପାଖରେ ୨୪ ଘଣ୍ଟା ରହିଛୁ । ମୁମ୍ବାଇରେ ରବିବାର ଅଧରାତିରୁ ବର୍ଷା ଲାଗି ରହିଛି । ଫଳରେ ମେଟ୍ରୋ, ବିମାନ ଉଡ଼ାଣ ପ୍ରଭାବିତ ହୋଇଛି । ମେଟ୍ରୋ ଉପରେ ନିର୍ଭର କରିଥିବା ଲୋକମାନେ ନାହିଁ ନଥିବା ହଇରାଣ ହେଉଛନ୍ତି ।

ମୁମ୍ବାଇରେ ପ୍ରବଳ ବର୍ଷା ଯୋଗୁଁ ଜନଜୀବନ ଏକପ୍ରକାର ଠପ୍ ହୋଇପଡ଼ିଛି । ବର୍ଷା ସହିତ ମୁମ୍ବାଇରେ ୭୦-୮୦ କିମି ବେଗରେ ପବନ ବି ବହିଥିଲା । ଫଳରେ ଅନେକ ଅଞ୍ଚଳରେ ଗଛ ଭାଙ୍ଗି ରାସ୍ତା ଅବରୋଧ ହୋଇଥିଲା । ତଳିଆ ଅଞ୍ଚଳରେ ବିଭିନ୍ନ ସ୍ଥାନରେ ପାଣି ଜମା ହୋଇଯିବାରୁ ଯାତାୟତ ଲାଗି ସମସ୍ୟା ସୃଷ୍ଟି ହୋଇଥିଲା ।

ପ୍ରବଳ ବର୍ଷା ଯୋଗୁ ନିକଟରେ ମେ ୧୧ ତାରିଖରେ ଶୁଭାରମ୍ଭ ହୋଇଥିବା ୱର୍ଲି ଅଣ୍ଡରଗ୍ରାଉଣ୍ଡ ମେଟ୍ରୋ ଷ୍ଟେସନରେ ବି ପାଣି ଭର୍ତ୍ତି ହୋଇଯାଇଥିଲା । ହାର୍ବର, ସେଣ୍ଟ୍ରାଲ ଲାଇନ୍ରେ ଲୋକାଲ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ବର୍ଷା ଯୋଗୁଁ ୮ଟି ବିମାନ ଉଡ଼ାଣ ପ୍ରଭାବିତ ହୋଇଥିବା ହୋଇଥିବା ବେଳେ କିଛି ବିମାନକୁ ଡାଇଭର୍ଟ କରାଯାଇଥିଲା ।

ବର୍ଷାକୁ ଦେଖି ବୃହତମୁମ୍ବାଇ ମ୍ୟୁନିସପାଲ କର୍ପୋରେସନ୍(ବିଏମ୍ସି) ଲୋକଙ୍କୁ ଆବଶ୍ୟକ ନଥିଲେ ବାହାରକୁ ନ ବାହାରିବାକୁ ନିବେଦନ କରିଛି । ମୁମ୍ବାଇ ବ୍ୟତୀତ ଆଇଏମ୍ଡି ପକ୍ଷରୁ କର୍ଣ୍ଣାଟକ, କେରଳ ଓ ତାମିଲନାଡୁର କିଛି ଅଞ୍ଚଳ ଲାଗି ମଧ୍ୟ ଆଲର୍ଟ ଜାରି ହୋଇଛି ।

Tags: low pressuremumbairain
ShareTweetShareSend
Sanchar Live

Sanchar Live

Next Post
ପୁଣି ଖସିଲା ସେୟାର୍‌ ବଜାର

ପୁଣି ଖସିଲା ସେୟାର୍‌ ବଜାର

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ବନ୍ଦ ହେଲା ୮୦% ଜାହାଜ ଚଳାଚଳ: ଆକାଶଛୁଆଁ ହୋଇପାରେ ପେଟ୍ରୋଲ ଓ ଡିଜେଲ ଦର
  • ଆଜି ଆକାଶରେ ଦେଖାଯିବ ନାଲି ରଙ୍ଗର ଜହ୍ନ
  • ନଜର ପକାନ୍ତୁ ଆଜିର ରାଶିଫଳ ଉପରେ
  • ରାତି ଅଧରେ ୟୁଟ୍ୟୁବରଙ୍କୁ ହତ୍ୟା
  • କିଏ ଯିବ ସେମିଫାଇନାଲ ?ଆଜି ଭାରତ-ୱେଷ୍ଟଇଣ୍ଡିଜ୍ ମୁକାବିଲା

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.