Saturday, November 7, 2026
  • About
  • Advertise
  • Careers
  • Contact
sanchar.live
  • Home
  • Epaper
  • ରାଜନୀତି
  • ଓଡିଶା
  • ଭାରତ
  • ବିଦେଶ
  • କ୍ରୀଡ଼ା
  • ମନୋରଞ୍ଜନ
  • ଜୀବନ ଶୈଳୀ
  • Login
No Result
View All Result
sanchar.live
Home ଅପରାଧ

ପ୍ରେମ ପାଇଁ ହତ୍ୟାକାଣ୍ଡ

Sanchar Live by Sanchar Live
May 17, 2025
in ଅପରାଧ
0
0
SHARES
11
VIEWS
Facebook
Twitter

ପ୍ରେମ ପାଇଁ ହତ୍ୟାକାଣ୍ଡ । ଅପହରଣ ପରେ ଯୁବକଙ୍କ ଜୀବନ ନେଇଗଲେ ଦୁର୍ବୃତ୍ତ। ଗତ ୫ ତାରିଖରେ ତାଳଚେର ଶିବରାମପୁର ଜଙ୍ଗଲରେ ହୋଇଥିବା ଯୁବକଙ୍କ ହତ୍ୟା ଘଟଣାର ପର୍ଦ୍ଦାଫାସ୍ କରିଛି ପୋଲିସ । ପ୍ରେମ ବ୍ୟାପାର ସହ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ଅପହରଣ ପରେ ହତ୍ୟା କରିଥିବା ଜଣାପଡ଼ିଛି l ସୂଚନା ମୁତାବକ, ଗତମାସ ୨୭ ତାରିଖ ଦିନ ପ୍ରାୟ ସାଢ଼େ ୧ଟାଏ ବେଳେ କୋଲିୟରୀ ଥାନା ଦେଉଳବେଡ଼ା ଗାଁର ଗୁଡ଼ୁ ଓରଫ ବିଶ୍ବଜିତ ନାଏକ ଘରେ ଖାଇ ବସିଥିବା ବେଳେ ତାଙ୍କୁ ଏକ ଫୋନ କରି ଆନନ୍ଦ ହାଟତୋଟାକୁ ଡାକିଥିଲେ। ସେହିଦିନ ସନ୍ଧ୍ୟା ପରେ ମଧ୍ୟ ବିଶ୍ବଜିତ ଘରକୁ ନ ଫେରିବାରୁ ବିଶ୍ବଜିତଙ୍କ ବାପା ବିମଳ ନାଏକ କୋଲିୟରୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ପୁଲିସ୍‌ ଏକ ନିଖୋଜ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ହେଲେ ୮ ଦିନ ପର୍ଯ୍ୟନ୍ତ ପୁଲିସ୍‌ ବିଶ୍ବଜିତଙ୍କ କୌଣସି ଖୋଜ ଖବର ପାଇନଥିଲା । ପରେ ଚଳିତ ମାସ ୫ ତାରିଖ ଦିନ ତାଳଚେର ଥାନା ଶିବରାମପୁର ଜଙ୍ଗଲ ନିକଟରେ ଏକ ସ୍କୁଟି ସହିତ ଜାତୀୟ ରାଜପଥ କଡ଼ରେ ଥିବା ନାଳରେ ବିଶ୍ବଜିତଙ୍କ ଗଳିତ ମୃତ ପଡ଼ିଥିବା ପୁଲିସ୍‌ ଖବର ପାଇଥିଲା। ପରେ ବିଶ୍ବଜିତଙ୍କ ବାପା ବିମଳ ନାଏକ ଘଟଣା ସ୍ଥଳରେ ପହଞ୍ଚି ବିଶ୍ବଜିତଙ୍କ ପିନ୍ଧା କପଡ଼ା ଏବଂ ପଡ଼ିଥିବା ସ୍କୁଟରକୁ ଦେଖି ଚିହ୍ନଟ କରିଥି‌ଲେ।

ପ୍ରଥମିକ ତଦନ୍ତରୁ ପୁଲିସ୍‌ ଜାଣିବାକୁ ପାଇଥିଲା ଯେ, ବିଶ୍ବଜିତଙ୍କୁ ହତ୍ୟା କରାଯାଇ ଦୁର୍ଘଟଣାର ରୂପ ଦିଆଯାଇଛି। ଏହି ହତ୍ୟା ଘଟଣାକୁ ନେଇ ତାଳଚେର ଏସ୍‌ଡିପିଓ ଭରତ ଚନ୍ଦ୍ର ସାହୁଙ୍କ ନେତୃତ୍ବରେ ୩ଟି ଥାନାର ଅଧିକାରୀ ତଥା‌ ତାଳଚେର ବିକ୍ରମପୁର ଓ କୋଲିୟରୀ ଥାନା ଅଧିକାରୀ ଘଟଣାର ତଦନ୍ତ ଜାରି ରଖିଥିଲେ । ତଦନ୍ତ ସମୟରେ ଯଥେଷ୍ଟ ପ୍ରମାଣ ସଂଗ୍ରହ ହେବା ପରେ ଅବିଯୁକ୍ତ ଆନନ୍ଦ ନାଏକକୁ ବଲଃହର ଠାରୁ ଗିରଫ କରି କେସରେ ବ୍ୟବହୃତ ହୋଇଥିବା ଏକ କାରକୁ ଜବତ କରାଯାଇଥିବା ଜଣାପଡ଼ିଛି । ତଦନ୍ତରେ ଜଣାପଡିଲା ଯେ, ପ୍ରେମ ସମ୍ପର୍କକୁ କେନ୍ଦ୍ର କରି ଆନନ୍ଦ ନାଏକଙ୍କ ସହିତ ତାଙ୍କ ସହଯୋଗୀ ନନ୍ଦୁ ଓରଫ ସତ୍ୟପ୍ରକାଶ ନାଏକ ସହିତ ବିଶ୍ବଜିତ ନାଏକଙ୍କର ମନୋମାଳିନ୍ୟ ଥିଲା ତେଣୁ ଆନନ୍ଦ ନାଏକ ଓ ନନ୍ଦୁ ଓରଫ ସତ୍ୟପ୍ରକାଶ ନାଏକ ମିଶି

Related posts

ଏମିତି ଜ୍ୱାଇଁ କାହାକୁ ନମିଳୁ…

ଏମିତି ଜ୍ୱାଇଁ କାହାକୁ ନମିଳୁ…

November 6, 2026
ଗୋଷ୍ଠୀ ସଂଘର୍ଷରୁ ଜେସିବି କଣ୍ଟ୍ରାକ୍ଟରଙ୍କୁ ଗୁଳି କରି ହତ୍ୟା

ଗୋଷ୍ଠୀ ସଂଘର୍ଷରୁ ଜେସିବି କଣ୍ଟ୍ରାକ୍ଟରଙ୍କୁ ଗୁଳି କରି ହତ୍ୟା

November 5, 2026

ଅପହରଣ ଓ ହତ୍ୟା କରିବା ପାଇଁ ଯୋଜନା କରିଥିଲେ।

ଯୋଜନା ମୁତାବକ ସେମାନେ ଏକ ବେନାମୀ ମୋବାଇଲ ସିମ ଓ ଏକ ନୂଆ ମୋବାଇଲ ଫୋନ କିଣି ଗତ ମାସ ୧୫ ତାରିଖଠାରୁ ବିଶ୍ବଜିତ ସହିତ ସେହି ସିମ୍‌ରେ କଥା ହେଉଥିଲେ ଓ ଗତ ୨୭ ତାରିଖ ଦିନ ପ୍ରାୟ ସାଢ଼େ ଗୋଟାଏ ବେଳେ ଆନନ୍ଦ ନାଏକ ଓ ନନ୍ଦୁ ଓରଫ ସତ୍ୟପ୍ରକାଶ ନାଏକ ମିଶି ବିଶ୍ବଜିତକୁ ଡାକି ଦେଉଳବେଡାରେ ଥିବା ଗ୍ରୀନଗ୍ରାସ ଷ୍ଟାଡ଼ିୟମ ପାଖକୁ ଡ଼ାକିଥିଲେ ଓ ବିଶ୍ବଜିତର ଆସିବା ବାଟକୁ ଅପେକ୍ଷା କରି ଆନନ୍ଦ ନାଏକ, ନନ୍ଦୁ ଓରଫ ସତ୍ୟପ୍ରକାଶ ନାଏକ ଓ ନନ୍ଦୁର ଜଣେ ସାଥି ଏକ କାରରେ ଅପେକ୍ଷା କରି ବସିଥିଲେ । ବିଶ୍ବଜିତ ନାଏକ ତାଙ୍କ ସ୍କୁଟିରେ ଆସି ତାଙ୍କ ପାଖରେ ପହଞ୍ଚିବା ପରେ ତାକୁ ସେମାନେ କାରର ଆଗ ସିଟରେ ବସାଇ ଅପରାହ୍ନରେ ଏକ ଡାଳ ଗାଁ ଜଙ୍ଗଲ ମଧ୍ୟକୁ ନେଇ ଅପହରଣ କରି ରଖିଥିଲେ ବିଶ୍ବଜିତର ସ୍କୁଟି ନନ୍ଦୁର ଜଣେ ସାଙ୍ଗ ଚଲାଇ ନେଇଥିଲେ। ଏକଡାଳ ଜଙ୍ଗଲରେ ସେମାନେ ଅପେକ୍ଷା କରିବା ସମୟରେ ନନ୍ଦୁର ଆଉ ଦୁଇ ଜଣ ସାଙ୍ଗ ଓ ସ୍କୁଟି ନେଇ ଯାଇଥିବା ସାଥି ସେଠାରେ ଏକତ୍ରିତ ହୋଇଥିଲେ।

ପରେ ତାଙ୍କୁ ଶିବରାମପୁର ଜଙ୍ଗଲ ନିକଟ ରାସ୍ତାରେ ମାଡ଼ପିଟ କରିଥିଲେ ତାଙ୍କ ମାଡ଼ରେ ବିଶ୍ୱଜିତ ଅଚେତ ହୋଇପଡିଥିବା ବେଳେ ଅଭିଯୁକ୍ତ ବିଶ୍ଵଜିତଙ୍କୁ ମୃତ ହୋଇଯାଇଥିବା ଭାବି ଏକ ଟ୍ରକ ଚକା ତଳେ ଶୁଆଇ ଦେଇଥିଲେ ପରେ ଛିଡା ହୋଇଥିବା ଟ୍ରକ ଚାଳକଙ୍କୁ ଟ୍ରକ ନେଇ ଯିବାକୁ ଧମକ ଦେଇଥିଲେ । ପୂର୍ବ ଯୋଜନାବଦ୍ଧ ଅନୁଯାୟୀ ବିଶ୍ୱଜିତର ମୁଣ୍ଡ ଉପରେ ଟ୍ରକଟି ଚଢି ଯାଇଥିଲା ତାଙ୍କ ମୁଣ୍ଡଟି ମାଟିରେ ମିଶିଯିବା ପରେ ମୃତ ଶରୀରକୁ ନିକଟସ୍ଥ ରାସ୍ତା କାନ୍ଥ ଡ୍ରେନରେ ପକାଇବା ସହ ତାଙ୍କ ସ୍କୁଟିକୁ ମଧ୍ୟ ସେଠାରେ ପକାଇ ଚମ୍ପଟ ମାରିଥିଲେ ଅଭିଯୁକ୍ତ । ପରିବାର ଲୋକେ କହିଛନ୍ତି ମୁଖ୍ୟ ଅଭିଯୁକ୍ତଙ୍କ ସହ ଏଥିରେ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ କରି କଠୋର ଦଣ୍ଡରେ ଦଣ୍ଡିତ କରିବାକୁ । ତେବେ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ତାଳଚେର ପୋଲିସ ।

Tags: crimeTalcher

POPULAR NEWS

  • ଜଣା ପଡିଲା ସତ, ଜାଣନ୍ତୁ କେମିତି ତେଲ କଡେଇରେ ପଡିଲେ ହାଡୁ

    ଜଣା ପଡିଲା ସତ, ଜାଣନ୍ତୁ କେମିତି ତେଲ କଡେଇରେ ପଡିଲେ ହାଡୁ

    0 shares
    Share 0 Tweet 0
  • ଯଦି ଏବେ ଓଡ଼ିଶାରେ ଭୋଟ ହୁଏ, ଜିତିବ କିଏ ?

    0 shares
    Share 0 Tweet 0
  • ବେଙ୍ଗାଲୁରୁରେ ଓଡ଼ିଆ ଯୁବକଙ୍କୁ ନିର୍ମମ ହତ୍ୟା

    0 shares
    Share 0 Tweet 0
  • ଟୁଇନି ସିଟିରେ ପଲଙ୍କ ସେବାରେ ବାଂଲାଦେଶୀ ଯୁବତୀ

    0 shares
    Share 0 Tweet 0
  • ଅନୁଗୁଳରେ ଯୁବତୀଙ୍କୁ ଅସଦାଚରଣ ଓ ଧମକ ଅଭିଯୋଗରେ ଯୁବନେତା ଗିରଫ

    0 shares
    Share 0 Tweet 0
sanchar.live

We bring you the best Premium WordPress Themes that perfect for news, magazine, personal blog, etc.

Follow us on social media:

Recent News

  • ଓଡ଼ିଶାରେ ପ୍ରଥମ! ଝାରସୁଗୁଡ଼ାରେ ଆରମ୍ଭ ହେଲା ‘ଅଭୟା’, ମହିଳାଙ୍କ ପାଇଁ ସରକାରୀ ଅଫିସରେ ମିଳିବ ସାନିଟାରୀ ପ୍ୟାଡ୍
  • ଦ୍ୱିତୀୟ ଦିନିକିଆ ପୂର୍ବରୁ ବଡ଼ ପଡିଲେ ଏହି ଖେଳାଳି
  • ଏମିତି ଜ୍ୱାଇଁ କାହାକୁ ନମିଳୁ…

Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Newsletter

  • About
  • Advertise
  • Careers
  • Contact

© 2026 Sanchar - Technology Partner OneByte.

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In
No Result
View All Result
  • Home
  • Epaper
  • ରାଜନୀତି
  • ଓଡିଶା
  • ଭାରତ
  • ବିଦେଶ
  • କ୍ରୀଡ଼ା
  • ମନୋରଞ୍ଜନ
  • ଜୀବନ ଶୈଳୀ

© 2026 Sanchar - Technology Partner OneByte.