ସଂଚାର ବ୍ୟୁରୋ: ମେ ୧୭ରୁ ପୁଣି ଖେଳାଯିବ IPLର ଅବଶିଷ୍ଟ ମ୍ୟାଚ। ଯୁଦ୍ଧ ପରିସ୍ଥିତି ଯୋଗୁଁ ୧୭ ମ୍ୟାଚ ବାକି ଥାଇ ଏହାକୁ ଏକ ସପ୍ତାହ ପାଇଁ ସ୍ଥଗିତ ରଖାଯାଇଥିଲା। ସିଜଫାୟାର ପରେ ପୁଣି ଫଟାଫଟ କ୍ରିକେଟ ଆରମ୍ଭ ହେବ। ତେବେ ମେ ୨୫ ପରିବର୍ତ୍ତେ ଜୁନ ୩ ତାରିଖରେ ଫାଇନାଲ ଖେଳାଯିବ। ଏହି ସବୁ ମ୍ୟାଚ ପାଇଁ ୬ଟି ସ୍ଥାନ ଚି଼ହ୍ନଟ କରାଯାଇଛି। ଆସନ୍ତା ଦୁଇଟି ଯାକ ରବିବାରରେ ଗୋଟେ ଦିନରେ ଦୁଇଟି ମ୍ୟାଚ ଖେଳାଯିବ। ୧୭ ତାରିଖରେ ରୟାଲ ଚ୍ୟାଲେଂଜର୍ସ ବେଙ୍ଗାଳୁରୁ ଓ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ବେଙ୍ଗାଳୁରୁରେ ମ୍ୟାଚ ଖେଳାଯିବ। ତେବେ କ୍ଵାଆଲିଫାୟର, ଏଲିମିନେଟର ଓ ଫାଇନାଲ ମ୍ୟାଚ ପାଇଁ ଖୁବ ଶୀଘ୍ର ସ୍ଥାନ ଘୋଷଣା କରାଯିବ।