ସଂଚାର ବ୍ୟୁରୋ: ଭାରତକୁ ପାକିସ୍ତାନର ଖୋଲା ଧମକ। ସିନ୍ଧୁ ନଦୀ ପାଣି ବନ୍ଦ ହେଲେ ଚାଲିବ ଯୁଦ୍ଧ। ପାକିସ୍ତାନ ଉପପ୍ରଧାନମନ୍ତ୍ରୀ ଇସାକ ଡାର ଭାରତକୁ ଯୁଦ୍ଧର ଫମ୍ପା ଧମକ ଦେଇଛନ୍ତି। ଇସାକ କହିଛନ୍ତି ଯେ, ଯଦି ଭାରତ ସିନ୍ଧୁ ନଦୀର ପାଣି ବନ୍ଦ କରେ ତେବେ ପାକିସ୍ତାନ ତାହାର ଉଚିତ ଜବାବ ଦେବ। କାରଣ ଏହା ୨୪ କୋଟି ଲୋକଙ୍କ ଜୀବନର ପ୍ରଶ୍ନ। ଉତ୍ତେଜନା ହ୍ରାସ କରିବା ପାଇଁ ବିଶ୍ୱର ଅନେକ ଦେଶ ସହିତ ଆଲୋଚନା ହୋଇଛି। ପହଲଗାଓଁ ଆତଙ୍କବାଦୀ ଆକ୍ରମଣ ପାଇଁ ପାକିସ୍ତାନ ବିରୋଧରେ ତେଜୁଛି ପ୍ରତିବାଦ। ଘଟଣା ପରେ ଭାରତ ସିନ୍ଧୁ ଜଳ ଚୁକ୍ତି ରଦ୍ଧ କରିବା ପରେ ଖପ୍ପା ହୋଇଛି ପାକିସ୍ତାନ। ଏଭଳି ସ୍ଥିତିରେ ପାକିସ୍ତାନ ଭାରତକୁ ପରୋକ୍ଷରେ ଯୁଦ୍ଧର ଧମକ ଦେଇଛି। ଯଦି ସିନ୍ଧୁ ନଦୀ ପାଣି ଭାରତ ବନ୍ଦ କରିବ, ତେବେ ଯୁଦ୍ଧ ଏକ ପ୍ରକାର ନିଶ୍ଚିତ ବୋଲି କହିଛନ୍ତି ପାକିସ୍ତାନ ଉପପ୍ରଧାନମନ୍ତ୍ରୀ।