ସଂଚାର ବ୍ୟୁରୋ: ଭାରସାମ୍ୟ ହରାଇ ଗଛରେ ପିଟି ହୋଇ ଓଲିଟିଲା ସ୍କର୍ପିଓ। ଦୁର୍ଘଟଣାରେ ୮ ଜଣ ଆହତ ହୋଇଛନ୍ତି। ବାଙ୍କୀ ଷଣ୍ଢପୁର ଛକ ଦୋଗୋଛିଆ ବାଙ୍କ ନିକଟରେ ଘଟିଛି ଦୁର୍ଘଟଣା। ସମସ୍ତ ଆହତ ଗୋଟିଏ ପରିବାରର ହୋଇଥିବା ସୂଚନା ମିଳିଛି। ଅନୁଗୁଳ ଛେଣ୍ଡିପଦା ଅଞ୍ଚଳର କୁମାର ମୁଦୁଲି ସପରିବାର ସର୍ପିଓରେ ପୁରୀ ଜଗା ଦର୍ଶନ ପାଇଁ ଯାଉଥିଲେ। କୁମାର ମୁଦୁଲି ଙ୍କ ମା ,ପତ୍ନୀ ସହ ଝିଅ ଗାଡି ଭିତରେ ଫସି ରହିଥିବା ବେଳେ ସ୍ଥାନୀୟ ଲୋକେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରିଛନ୍ତି। ଗାଡ଼ିରେ ଥିବା ସମସ୍ତ ଯାତ୍ରୀ ଆହତ ହୋଇଥିବାବେଳେ ସେମାନଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି ।