ସଂଚାର ବ୍ୟୁରୋ: ପ୍ରବାଦ ପୁରୁଷଙ୍କୁ ଅସମ୍ମାନ। ବଲାଙ୍ଗୀର ପାଟଣାଗଡ଼ ପର୍ଶୁରାମ ଛକରେ ହୁତ୍ ହୁତ୍ ହୋଇ ଜଳିଗଲା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି । ପ୍ରତିମୂର୍ତ୍ତି ସ୍ଥାପନ ନେଇ ବିବାଦ ଥିବା ବେଳେ ଏବେ କେହି ଦୁର୍ବୃତ୍ତ ଏଥିରେ ନିଆଁ ଲଗାଇ ପ୍ରତିମୂର୍ତ୍ତିକୁ ଜାଳି ଦେଇଛି । ତେବେ ବିବାଦୀୟ ସ୍ଥାନ ପର୍ଶୁରାମ ଛକରେ ମୂର୍ତ୍ତି ସ୍ଥାପନ ନେଇ ପୂର୍ବରୁ ବିରୋଧ ହୋଇ ଆସୁଥିଲା । ପୂର୍ବତନ ବିଧାୟକ ସରୋଜ ମେହେର ବିଜୁ ପ୍ରତିମୂର୍ତ୍ତି ସ୍ଥାପନା କରିବାକୁ ଯାଉଥିବା ବେଳେ ଏହାକୁ ବ୍ରାହ୍ମଣ ସମାଜ ବିରୋଧ କରିଥିଲେ । ସେହି ସ୍ଥାନରେ ପର୍ଶୁରାମ ମୂର୍ତ୍ତି ପ୍ରତିଷ୍ଠା ପାଇଁ ଜିଦ କରିଥିଲେ ।
ସେପଟେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ଜାଳିବା ପ୍ରସଙ୍ଗରେ ବିଜେଡି ର ମେଗା ପ୍ରେସ ମିଟ । ଦେବୀ ମିଶ୍ର, ଅରୁଣ ସାହୁ, ପ୍ରତାପ ଜେନା, ପ୍ରଣବ ବଳବନ୍ତରାୟ, ଦିବ୍ୟ ଶଙ୍କର ମିଶ୍ର , ଧ୍ରୁବ ସାହୁ ଉପସ୍ଥିତ ରହିଥିଲେ । ପାଟଣାଗଡ ରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ପୋଡି ଦିଆ ଯିବାକୁ ହୀନ ପ୍ରୟାସ କରାଯାଇଛି । ବିଜୁ ବାବୁଙ୍କ କଥା ଲିଭାଇବା ପାଇଁ ଲଗାତାର ଭାବେ ଚେଷ୍ଟା କରାଯାଉଛି । ଅକ୍ଷମଣୀୟ ଅପରାଧ । ତୁରନ୍ତ ଦୁର୍ବୃତ୍ତ ମାନଙ୍କୁ ଗିରଫ କରାଯାଉ । ବିଜୁ ବାବୁଙ୍କ ନାମକୁ ଜନ ମାନସ ରୁ ହଟାଇବା ପାଇଁ ପ୍ରାୟୋଜିତ କାର୍ଯ୍ୟକ୍ରମ କରାଯାଉଛି। ପ୍ରଥମେ ପଞ୍ଚାୟତିରାଜ ଦିବସ କୁ ହଟା ଗଲା ପରେ ବିଭିନ୍ନ ଯୋଜନା ରୁ ବିଜୁ ବାବୁଙ୍କ ନାଁ କୁ ହଟାଇ ଦିଆଗଲା । ବିଜେପି ଦ୍ଵାରା ପ୍ରୟୋଜିତ ଷଡଯନ୍ତ୍ର । ବହୁମୂଲ୍ୟ ବିଜେପି କୁ ଆଗକୁ ଦିଆଯିବ ।