ସଂଚାର ବ୍ୟୁରୋ: ଭୂକମ୍ପରେ ଥରିଲା ଆମେରିକା । ଦକ୍ଷିଣ କାର୍ଲିଫର୍ଣ୍ଣିଆରେ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୫.୨ ରେକର୍ଡ ହୋଇଛି । କ୍ଷୟକ୍ଷତିର କୌଣସି ସୂଚନା ନାହିଁ । ମାତ୍ର ଭୟରେ ଲୋକ ଘରୁ ବାହାରକୁ ପଳାଇ ଆସିଥିବା ଦେଖିବାକୁ ମିଳିଛି ।
ଦକ୍ଷିଣ କାର୍ଲିଫର୍ଣ୍ଣିଆରେ ସ୍ଥାନୀୟ ସମୟ ବିଳମ୍ବିତ ରାତିରେ ୫.୨ ତୀବ୍ରତାର ଭୂକମ୍ପ ଝଟକା ଲାଗିଛି । ଏହାର ପ୍ରଭାବରେ ସେନ୍ ଡିଏଗୋରେ ପାହାଡ଼ରୁ ପଥର ଖସି ରାସ୍ତାରେ ପଡିଥିବା ଦେଖିବାକୁ ମିଳିଛି । ଘର ଦୋହଲିବାକୁ ଲାଗିଥିଲା । ଜିନିଷପତ୍ର ଏଣେ ତେଣେ ପଡ଼ିଯାଇଥିଲା । ଅଧିକ କିଛି କ୍ଷୟକ୍ଷତି ହୋଇନାହିଁ । ମାତ୍ର ଭୂକମ୍ପ ଝଟକାରେ ଲୋକମାନେ ଭୟଭୀତ ହୋଇ ଘରୁ ବାହାରକୁ ଚାଲିଆସିଥିବା ଦେଖିବାକୁ ମିଳିଛି ।