ସଂଚାର ବ୍ୟୁରୋ: ଢେଙ୍କାନାଳ କାମାକ୍ଷାନଗର ବ୍ଲକ କୃଷ୍ଣପୁର ସାହିରେ ଭୟାବହ ଅଗ୍ନିକାଣ୍ଡ। ଜଳିଗଲା ୧୦ବଖରାରୁ ଊର୍ଦ୍ଧ୍ବ ଘର। ଲକ୍ଷାଧିକ ଟଙ୍କାର ଆସବାବ ପତ୍ର ପୋଡି ପାଉଁଶ ହୋଇଯାଇଛି। ଗତକାଲି ବିଳମ୍ବିତ ରାତିରେ କୃଷ୍ଣପୁର ସାହିର ଦୁର୍ଲଭ ବିଶ୍ବାଳଙ୍କ ଘରୁ ପ୍ରଥମେ ଲାଗିଥିଲା ନିଆଁ। ଗାଁରେ ଦଣ୍ଡ କରୁଥିବା ଯୁବକ ମାନେ ଏହି ନିଆଁକୁ ଦେଖି ସମସ୍ତଙ୍କୁ ଡାକିଥିଲେ । ନିଆଁ ଏତେ ଯୋରରେ ଲାଗିଥିଲା ଯେ ଦେଖୁଦେଖୁ ପାଖରେ ଥିବା ଘର ଗୁଡ଼ିକୁ ମଧ୍ୟ ବ୍ୟାପି ଯାଇଥିଲା। ନିଆଁରେ ଧାନ, ଚାଉଳ, ଘରର ବିଭିନ୍ନ ସାମଗ୍ରୀ ପୋଡି ପାଉଁଶ ହୋଇଯାଇଛି। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ପ୍ରାୟ ୨ଘଣ୍ଟା ଉଦ୍ୟମ ପରେ ନିଆଁକୁ ଆୟତ୍ତ କରିଛି। ତେବେ ଏଥିରେ କେହି ମୃତାହତ ହୋଇନଥିବା ସୂଚନା ରହିଛି।