ସଂଚାର ବ୍ୟୁରୋ: ବଲାଙ୍ଗୀର କର୍ଲାପାଟ ଗାଁରେ ମର୍ଡର। ପିଉସୀ ପୁଅ ଭାଇକୁ ହତ୍ୟା । ପୂର୍ବ ଶତ୍ରୁତାକୁ ନେଇ ଘଟିଛି ହତ୍ୟାକାଣ୍ଡ । ପିଉସୀ ପୁଅ ଭାଇ ବିଭୀଷଣ ଧରୁଆକୁ ଠେଙ୍ଗାରେ ପିଟି ପିଟି ହତ୍ୟା କରିଛି ଅଭିଯୁକ୍ତ ଭାଇ ପୁରୁନ୍ଧର ଧରୁଆ । ଗାଁ ମୁଣ୍ଡରେ ପଡିଛି ମୃତଦେହ । ଗତକାଲି ଗାଁରେ ନାମଯଜ୍ଞ ଚାଲୁଥିବା ବେଳେ ବିଭୀଷଣ ନାମଯଜ୍ଞ ଦେଖୁଥିବା ଵେଳେ ପଛପଟୁ ପୁରୁନ୍ଧର ଠେଙ୍ଗାରେ ଆକ୍ରମଣ କରି ହତ୍ୟା କରିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି। ବଲାଙ୍ଗୀରରୁ ସାଇଣ୍ଟିଫିକ ଟିମ୍ ଆସି ଅଧିକ ତଦନ୍ତ କରିବ। । ତେବେ ପୂର୍ବରୁ ମଧ୍ୟ ପୁରୁନ୍ଧର ନିଜ ଭାଇକୁ ହତ୍ୟା ଅଭିଯୋଗରେ ଜେଲ ଯାଇଥିଲା।