Saturday, November 7, 2026
  • About
  • Advertise
  • Careers
  • Contact
sanchar.live
  • Home
  • Epaper
  • ରାଜନୀତି
  • ଓଡିଶା
  • ଭାରତ
  • ବିଦେଶ
  • କ୍ରୀଡ଼ା
  • ମନୋରଞ୍ଜନ
  • ଜୀବନ ଶୈଳୀ
  • Login
No Result
View All Result
sanchar.live
Home ଓଡିଶା

ଆସିଲା ଗୃହ ବିଭାଗର ଶ୍ୱେତପତ୍ର: ରାଜ୍ୟରେ ଉପରମୁଁହା ଦୁଷ୍କର୍ମ ମାମଲା

Sanchar Live by Sanchar Live
March 26, 2025
in ଓଡିଶା
0
0
SHARES
5
VIEWS
Facebook
Twitter

ଭୁବନେଶ୍ୱର : ଆସିଲା ଗୃହ ବିଭାଗର ଶ୍ୱେତପତ୍ର । ୨୦୨୪ରେ ମୋଟ୍‌ ଆପରାଧିକ ମାମଲା ୨ ଲକ୍ଷ ଟପିଛି । ୨୦୨୩ରେ ଏହି ସଂଖ୍ୟା ୧ ଲକ୍ଷ ୯୯ ହଜାର ଥିଲା ବେଳେ ୨୦୨୪ରେ ରୁଜୁ ହୋଇଥିବା ଧର୍ତ୍ତବ୍ୟ ଅପରା‌ଧ ମାମଲା ସଂଖ୍ୟା ୨ ଲକ୍ଷ ୧୪ ହଜାର ୧୧୩ ହୋଇଛି । ଏହା ମଧ୍ୟରୁ ୧,୩୯,୦୦୧ ମାମଲାରେ ଚାର୍ଜସିଟ୍‌ ଦାଖଲ କରାଯାଇଛି । ଗୃହ ବିଭାଗ ପକ୍ଷରୁ ଜାରି ହୋଇଥିବା ଶ୍ବେତପତ୍ରରେ ତଥ୍ୟ ଦିଆଯାଇଛି ଯେ ସାଇବର୍‌ ଅପରାଧ ସଂଖ୍ୟା ପ୍ରତିବର୍ଷ ବଢ଼ୁଥିବାର ତଥ୍ୟ ଚିନ୍ତା ବଢ଼ାଇଦେଇଛି । ୨୦୨୩ରେ ସାଇବର୍‌ ଅପରାଧ ମାମଲା ୨୩୪୮ ଥିଲା ବେଳେ ୨୦୨୪ରେ ତାହା ୨୫୦୧ରେ ପହଞ୍ଚିଛି । ସେଥିରୁ ମାତ୍ର ୨୭୨ଟି ଅର୍ଥାତ୍‌ ୧୧% ମାମଲାରେ ଚାର୍ଜସିଟ୍‌ ହୋଇଛି। ୭୫୦ ଜଣ ଅଭିଯୁକ୍ତ ଏହି ଅପରାଧରେ ସଂପୃକ୍ତ ଥିଲା ବେଳେ ୫୮୧ ଜଣ ଅପରାଧୀଙ୍କୁ ରାଜ୍ୟ ଭିତରୁ ଓ ବାହାରୁ ଗିରଫ କରାଯାଇଛି ।

ସେହିପରି ୨୦୨୪ରେ ମୋଟ ୩୦୫୪ଟି ଦୁଷ୍କର୍ମ ମାମଲା ରୁଜୁ ହୋଇଛି । ଏହା ମଧ୍ୟରୁ ୨୯୮୬ ମାମଲା ସତ୍ୟ ବୋଲି ସରକାର ସ୍ବୀକାର କରିଛନ୍ତି। ତେବେ ଚାର୍ଜସିଟ୍‌ ହାର ୬୪% ରହିଛି ଅର୍ଥାତ୍‌ ୧୯୪୮ଟି ମାମଲାରେ ଚାର୍ଜସିଟ୍‌ ଦାଖଲ ହୋଇଛି । ମୋଟ ମାମଲାକୁ ହିସାବକୁ ନେଲେ ରାଜ୍ୟରେ ପ୍ରତିଦିନ ୮ରୁ ଅଧିକ ଦୁଷ୍କର୍ମ ମାମଲା ହେଉଛି ବୋଲି ଧରିବାକୁ ପଡ଼ିବ । ସେମିତି ହତ୍ୟାକାଣ୍ଡ ମାମଲାରେ ଚାର୍ଜସିଟ୍‌ ହାର ଆହୁରି ଦୁର୍ବଳ । ୨୦୨୪ରେ ୧୨୮୫ଟି ହତ୍ୟା ମାମଲା ରୁଜୁ ହୋଇଥିଲା ବେଳେ ସେଥିରୁ ୧୨୧୫ଟି ସତ ବୋଲି ସ୍ବୀକାର କରାଯାଇଛି । ଏହା ମଧ୍ୟରୁ ୫୪୨ଟି ଅର୍ଥାତ୍‌ ୪୫% ମାମଲାରେ ଚାର୍ଜସିଟ୍‌ ହୋଇଛି । ଦଙ୍ଗା ଘଟଣାରେ ମଧ୍ୟ ୪୩% ମାମଲାରେ ଚାର୍ଜସିଟ୍‌ ହୋଇଛି ।  ତଥ୍ୟ କହୁଛି, ୨୩୩ କୋଟି ୯୮ ଲକ୍ଷ ଟଙ୍କା ଚୋର ନେଇଯାଇଛନ୍ତି । କିନ୍ତୁ ଉଦ୍ଧାର ପରିମାଣ ମାତ୍ର ୫୧ କୋଟି ୧୮ ଲକ୍ଷ ଟଙ୍କା ।  ସେହିଭଳି ରାଜ୍ୟରେ ୧୨୩୭୫ ସଡ଼କ ଦୁର୍ଘଟଣା ଘଟିଥିବା ବେଳେ ୫୦% ମାମଲାରେ ଚାର୍ଜସିଟ୍‌ ଦାଖଲ କରାଯାଇଛି ।

Related posts

ଓଡ଼ିଶାରେ ପ୍ରଥମ! ଝାରସୁଗୁଡ଼ାରେ ଆରମ୍ଭ ହେଲା ‘ଅଭୟା’, ମହିଳାଙ୍କ ପାଇଁ ସରକାରୀ ଅଫିସରେ ମିଳିବ ସାନିଟାରୀ ପ୍ୟାଡ୍

ଓଡ଼ିଶାରେ ପ୍ରଥମ! ଝାରସୁଗୁଡ଼ାରେ ଆରମ୍ଭ ହେଲା ‘ଅଭୟା’, ମହିଳାଙ୍କ ପାଇଁ ସରକାରୀ ଅଫିସରେ ମିଳିବ ସାନିଟାରୀ ପ୍ୟାଡ୍

November 6, 2026
ରାଜ୍ୟ ରାଜପଥ କଡ଼ରୁ କାର୍ ସୋ’ରୁମ୍ ମାଲିକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରାଜ୍ୟ ରାଜପଥ କଡ଼ରୁ କାର୍ ସୋ’ରୁମ୍ ମାଲିକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

November 6, 2026

ରାଜ୍ୟରେ ମାଓବାଦୀଙ୍କ କାର୍ୟ୍ୟକଳାପ ଉଲ୍ଲେଖନୀୟ ଭାବେ ହ୍ରାସ ପାଇଛି ବୋଲି ଶ୍ବେତପତ୍ରରେ ଦର୍ଶାଯାଇଛି । ସାମାଜିକ ଗଣମାଧ୍ୟମରେ ଶିଶୁଙ୍କ ଅଶ୍ଳୀଳ ଭିଡ଼ିଓ ଭାଇରାଲ୍ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ୨୦୨୩ ତୁଳନାରେ ୨୦୨୪ରେ ପ୍ରାୟ ଦୁଇ ଗୁଣା ଭିଡିଓ ଭାଇରାଲ୍ ହୋଇଥିବା ନେଇ ମାମଲା ଆସିଛି । କିନ୍ତୁ ସମସ୍ତଙ୍କୁ ଏପର୍ଯ୍ୟନ୍ତ ନ୍ୟାୟ ମିଳିପାରିନି । ୨୦୨୪ ମସିହାରେ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମରେ ଶିଶୁ ଅଶ୍ଳୀଳତା, ଦୁଷ୍କର୍ମ ଓ ଗଣଦୁଷ୍କର୍ମ ସମ୍ବନ୍ଧୀୟ ସାମଗ୍ରୀ ଅପଲୋଡ୍ ସଂଖ୍ୟା ବଢ଼ିଛି ।  ୨୦୨୪ରେ ଏହି ଭଳି ଭିଡିଓ ଅପେଲାଡ୍ ନେଇ ୧୦୨୩ଟି ଅଭିଯୋଗ ଆସିଥିବାବେଳେ ସେଥିରୁ ୯୪୨ଟି ଅଭିଯୋଗର ତଦନ୍ତ ଶେଷ ହୋଇଛି ।

Tags: crimeodisharape case

POPULAR NEWS

  • ଜଣା ପଡିଲା ସତ, ଜାଣନ୍ତୁ କେମିତି ତେଲ କଡେଇରେ ପଡିଲେ ହାଡୁ

    ଜଣା ପଡିଲା ସତ, ଜାଣନ୍ତୁ କେମିତି ତେଲ କଡେଇରେ ପଡିଲେ ହାଡୁ

    0 shares
    Share 0 Tweet 0
  • ଯଦି ଏବେ ଓଡ଼ିଶାରେ ଭୋଟ ହୁଏ, ଜିତିବ କିଏ ?

    0 shares
    Share 0 Tweet 0
  • ବେଙ୍ଗାଲୁରୁରେ ଓଡ଼ିଆ ଯୁବକଙ୍କୁ ନିର୍ମମ ହତ୍ୟା

    0 shares
    Share 0 Tweet 0
  • ଟୁଇନି ସିଟିରେ ପଲଙ୍କ ସେବାରେ ବାଂଲାଦେଶୀ ଯୁବତୀ

    0 shares
    Share 0 Tweet 0
  • ଅନୁଗୁଳରେ ଯୁବତୀଙ୍କୁ ଅସଦାଚରଣ ଓ ଧମକ ଅଭିଯୋଗରେ ଯୁବନେତା ଗିରଫ

    0 shares
    Share 0 Tweet 0
sanchar.live

We bring you the best Premium WordPress Themes that perfect for news, magazine, personal blog, etc.

Follow us on social media:

Recent News

  • ଓଡ଼ିଶାରେ ପ୍ରଥମ! ଝାରସୁଗୁଡ଼ାରେ ଆରମ୍ଭ ହେଲା ‘ଅଭୟା’, ମହିଳାଙ୍କ ପାଇଁ ସରକାରୀ ଅଫିସରେ ମିଳିବ ସାନିଟାରୀ ପ୍ୟାଡ୍
  • ଦ୍ୱିତୀୟ ଦିନିକିଆ ପୂର୍ବରୁ ବଡ଼ ପଡିଲେ ଏହି ଖେଳାଳି
  • ଏମିତି ଜ୍ୱାଇଁ କାହାକୁ ନମିଳୁ…

Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Newsletter

  • About
  • Advertise
  • Careers
  • Contact

© 2026 Sanchar - Technology Partner OneByte.

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In
No Result
View All Result
  • Home
  • Epaper
  • ରାଜନୀତି
  • ଓଡିଶା
  • ଭାରତ
  • ବିଦେଶ
  • କ୍ରୀଡ଼ା
  • ମନୋରଞ୍ଜନ
  • ଜୀବନ ଶୈଳୀ

© 2026 Sanchar - Technology Partner OneByte.