ଟାଙ୍ଗିଆରେ ହାଣି ସମୁଦିକୁ ହତ୍ୟା କଲା ସମୁଦି। ସମ୍ବଲପୁର ଜିଲ୍ଲା କିସିଣ୍ଡା ଥାନା ଗଞ୍ଜାବାହାଳ ଗାଁରେ ଘଟିଛି ଅଭାବନୀୟ ଘଟଣା। ସମୁଦି ଟାଙ୍ଗିଆ ଚୋଟରେ ସମୁଦିର ମୃତ୍ୟୁ ହୋଇଛି॥ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ହତ୍ୟାକାଣ୍ଡ ସନ୍ଦେହ କରାଯାଉଛି। ମୃତକ ହେଉଛନ୍ତି ନାକଟିଦେଉଳ ବ୍ଲକ ଗଞ୍ଜାବାହାଳ ଗାଁର ୫୬ ବର୍ଷିୟ ମୁରଲୀ ଧଳ । ଝିଅର ବାପା ତଥା ସମୁଦିକୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି ପୋଲିସ। କେଉଁ କାରଣରୁ ହତ୍ୟାକାଣ୍ଡ ଘଟିଛି ତାହା ସ୍ପଷ୍ଟ ହୋଇନାହିଁ।