ସଂଚାର ବ୍ୟୁରୋ: ଢେ଼ଙ୍କାନାଳ ସଦର ରେଞ୍ଜ ଅନ୍ତର୍ଗତ କାସିଆଡିହି ଗ୍ରାମରେ ଦନ୍ତା ଆତଙ୍କ । ଗାଁରେ ଗଳି ରୁ ଗଳି ବୁଲି ଆତଙ୍କ ରଚୁଛି ହାତୀ । ବନ ବିଭାଗ ତରଫରୁ ଘଉଡାଇବା ପାଇଁ ପ୍ରୟ।ସ କରାଯାଉଛି । ସାଇରନ ମାରି ହାତୀକୁ ଘଉଦାଉଛି ବନ ବିଭାଗର ସ୍ଵତନ୍ତ୍ର ଟିମ୍ ।ଖାଦ୍ୟ ସନ୍ଧାନରେ ହାତୀ ଗ୍ରାମ ଭିତରେ ପଶିଥିବା ଅନୁମାନ କରାଯାଉଛି । ଗ୍ରାମରେ ରାସ୍ତା ଛାଡି ଘର ଭିତରକୁ ପଶିଯିବା ଭୟ ଥିବାରୁ ବନ ବିଭାଗ ସତର୍କତା ଜାରି କରିଛି ।