ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା କମିଶନଙ୍କ ରିପୋର୍ଟ ସାର୍ବଜନୀନ କରିବା ମାମଲାରେ ସ୍ପଷ୍ଟୀକରଣ ଲୋଡିଲେ ହାଇକୋର୍ଟ । ରିପୋର୍ଟ ସାର୍ବଜନୀନ କରିବା ପ୍ରସଙ୍ଗରେ ଦୁଇ ଦୁଇଟି ପୃଥକ ସତ୍ୟପାଠକୁ ନେଇ ଦ୍ଵନ୍ଦ ଉପୁଜିଥିଲା । ୨୦୨୪ ଜାନୁଆରୀ ୨୯ ତାରିଖରେ ସତ୍ୟପାଠରେ ରିପୋର୍ଟ ସାର୍ବଜନୀନ ନକରିବାକୁ ପ୍ରସ୍ତାବ ରହିଥିଲା । ହେଲେ ୨୦୨୪ ଏପ୍ରିଲ ୫ ତାରିଖରେ ଦାଖଲ ହୋଇଥିବା ସତ୍ୟପାଠରେ ରିପୋର୍ଟ ସାର୍ବଜନୀନ କରିବାକୁ ସରକାର ରାଜି ହୋଇଥିଲେ । ଉଭୟ ସତ୍ୟପାଠ ଉପରେ ସ୍ପଷ୍ଟୀକରଣ ଲୋଡିଛନ୍ତି ହାଇକୋର୍ଟ । ଆସନ୍ତା ସପ୍ତାହରେ ମାମଲାର ପରବର୍ତ୍ତୀ ଶୁଣାଣି ରହିଛି ।