ସଂଚାର ବ୍ୟୁରୋ: ରାୟଗଡ଼ା ଜିଲ୍ଲା ବିଷମ କଟକ ପୋଲିସକୁ ସଫଳତା। ଟ୍ରେନରେ ଛତିଶଗଡ଼କୁ ଗଞ୍ଜେଇ ଚୋରାଚାଲାଣ ବେଳେ ମାଡ଼ି ବସିଲା ପୋଲିସ। କଟକ ରେଳ ଷ୍ଟେସନ ନିକଟରୁ ଦୁଇ ଗଞ୍ଜେଇ ମାଫିଆ ଗିରଫ ହୋଇଛନ୍ତି। ସେମାନଙ୍କ ନିକଟରୁ ଗଞ୍ଜେଇ ଭର୍ତ୍ତି ବ୍ୟାଗ ଜବତ ହୋଇଛି। ୩ଟି ବ୍ୟାଗରୁ ୨୧କିଲୋ ଗଂଜେଇ ଜବତ ହୋଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୨ଲକ୍ଷ ଟଙ୍କା ହେବ । ଦୁଇ ଗଞ୍ଜେଇ ମାଫିଆ ତାମିଲନାଡୁର ଟି.ସତୀଶ କୁମାର ଓ ଉତ୍ତର ପ୍ରଦେଶର ମହମ୍ମଦ ହମିଦ୍ ବୋଲି ଜଣାପଡିଛି । ଗଞ୍ଜେଇ ଗୁଡିକ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଓଜନ କରାଯାଇଥିଲା। ବିଷମ କଟକ ଥାନାରେ ଏକ ମାମଲା ରୁଜୁ ସହ ଦୁଇ ଗଞ୍ଜେଇ ମାଫିଆଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି।