ସଂଚାର ବ୍ୟୁରୋ: କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜ କୋରିଆପାଳ ଗାଁ ରେ ହାତୀ ଆକ୍ରମଣ ରେ ବୃଦ୍ଧ ମୃତ l ମୃତକ ଜଣକ ସେହି ଗାଁ ର ବିଦ୍ୟାଧର ଦେହୁରୀ (୬୨) l ସୂଚନା ଅନୁସାରେ ବିଦ୍ୟାଧର ଗାଁ ରେ ପୂଜକ ଭାବେ କାମ କରୁଥିବା ବେଳେ ସକାଳୁ ଗାଧୋଇବା ପାଇଁ ଗାଁ ନିକଟରେ ଥିବା ଜୋର କୁ ଯାଉଥିଲେ l ଯିବା ସମୟରେ ନିକଟସ୍ଥ ଜଙ୍ଗଲ ରେ ବିଦ୍ୟାଧର ସହ ଗୋଟିକିଆ ଦନ୍ତା ଟି ମୁହାଁମୁହିଁ ହୋଇଥିଲେ l ଫଳରେ ହାତୀ ଟି ବିଦ୍ୟାଧର ଙ୍କୁ ଶୁଣ୍ଢ ରେ ଟେକି କଚିଦେଇଥିଲା l ବିଦ୍ୟାଧର ଙ୍କ ଡାହାଣ ଜଙ୍ଘ କୁ ଦାନ୍ତ ରେ ଭୁସି କ୍ଷତାକ୍ତ କରିବା ସହ ଟେକି କଚିଦେଇଥିଲା ଦନ୍ତା l ସେଠାରେ ବନବିଭାଗ କର୍ମଚାରୀ ମାନେ ଡିଉଟି ରେ ମୁତୟନ ଥିବା ବେଳେ ସେମାନେ ତୁରନ୍ତ ବିଦ୍ୟାଧର ଙ୍କୁ ଉଦ୍ଧାର କରି କାମାକ୍ଷାନଗର ମେଡିକାଲ ରେ ଭର୍ତ୍ତି କରାଇଥିଲେ l ସେଠାରେ ଡାକ୍ତର ବିଦ୍ୟାଧର ଙ୍କୁ ମୃତ ଘୋଷଣା କରିଥିଲେ l ସରକାର ଙ୍କ ତରଫରୁ ଯାହା ଆର୍ଥିକ ସହାୟତା ଯୋଗାଇଦେବା ନିମନ୍ତେ ବନବିଭାଗ ତରଫରୁ କୁହାଯାଇଛି l