ଭାରତୀୟ କ୍ରିକେଟର ହେଉଛନ୍ତି ୟୁଜବେନ୍ଦ୍ର ଚହଲ ଏବଂ ତାଙ୍କ ପତ୍ନୀ ଧନଶ୍ରୀ ବର୍ମାଙ୍କ ଛାଡପତ୍ର ହୋଇଯାଇଛି । ଆଇନଗତ ପ୍ରକ୍ରିୟା ସମାପ୍ତ କରିବା ପରେ ଦୁହେଁ ଆନୁଷ୍ଠାନିକ ଭାବରେ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି । ରିପୋର୍ଟ ଅନୁଯାୟୀ ଜଣେ ଓକିଲ କହିଛନ୍ତି ଯେ ଗତକାଲି ଅର୍ଥାତ ବାନ୍ଦ୍ରା ପରିବାର କୋର୍ଟରେ ୟୁଜବେନ୍ଦ୍ର ଏବଂ ଧନଶ୍ରୀଙ୍କ ଛାଡପତ୍ରର ଚୂଡ଼ାନ୍ତ ଶୁଣାଣି ହୋଇଥିଲା । ଏହାପରେ ସକାଳ ୧୧:୦୦ ଟାରୁ ଉଭୟ ଉପସ୍ଥିତ ରହି ଥିଲେ ।
ରିପୋର୍ଟ ଅନୁଯାୟୀ, ଶୁଣାଣି ସମୟରେ ବିଚାରପତି ଦମ୍ପତିଙ୍କୁ ଏକ ପରାମର୍ଶ ଅଧିବେଶନରେ ଯୋଗଦେବାକୁ ନିର୍ଦ୍ଦେଶ ଦେଇଥିଲେ ଯାହା ପ୍ରାୟ ୪୫ ମିନିଟ୍ ଧରି ଚାଲିଥିଲା । ବିଚାରପତିଙ୍କ ଦ୍ୱାରା ପଚରାଯିବାରୁ ଚହଲ ଏବଂ ଧନଶ୍ରୀ ଉଭୟେ ନିଶ୍ଚିତ କରିଥିଲେ ଯେ ସେମାନେ ପାରସ୍ପରିକ ସମ୍ମତିରେ ଛାଡପତ୍ର ନେବାକୁ ଚାହାଁନ୍ତି । ବାନ୍ଦ୍ରା ପରିବାର କୋର୍ଟରେ ଆଲୋଚନା ପରେ ବିଚାରପତି ଅପରାହ୍ନ ୪:୩୦ ରେ ଆନୁଷ୍ଠାନିକ ଭାବରେ ଛାଡପତ୍ରକୁ ମଞ୍ଜୁରୀ କରିଥିଲେ । ୟୁଜବେନ୍ଦ୍ର ଏବଂ ଧନଶ୍ରୀ ୧୧ ଡିସେମ୍ବର ୨୦୨୦ରେ ପରସ୍ପରକୁ ବିବାହ କରିଥିଲେ ।
ଓକିଲ ଏହା କହିଥିଲେ ଚୂଡ଼ାନ୍ତ ନିଷ୍ପତ୍ତି ନେବା ପୂର୍ବରୁ ଉଭୟ ଗତ ୧୮ ମାସ ଧରି ପୃଥକ ଭାବରେ ରହୁଥିଲେ । ଚହଲ ଏବଂ ତାଙ୍କ ପତ୍ନୀ ଧନଶ୍ରୀଙ୍କ ମଧ୍ୟରେ ଛାଡପତ୍ରର ଗୁଜବ ବହୁତ ଦିନ ଧରି ସୋସିଆଲ ମିଡିଆରେ ଘୁରି ବୁଲୁଥିଲା । ଏହାପରେ ଚହଲ ଏବଂ ଧନଶ୍ରୀଙ୍କ ପକ୍ଷରୁ ଏପର୍ଯ୍ୟନ୍ତ ସରକାରୀ ବୟାନ ଆସିନାହିଁ ।
ୟୁଜବେନ୍ଦ୍ର ଚହଲ ବର୍ତ୍ତମାନ ଟିମ୍ ଇଣ୍ଡିଆରୁ ବାହାରି ଯାଇଛନ୍ତି । ସେ ୨୦୨୪ ଟି-୨୦ ବିଶ୍ୱକପ୍ ଜିତିଥିବା ଦଳର ଅଂଶ ଥିଲେ କିନ୍ତୁ ତାଙ୍କୁ ଗୋଟିଏ ବି ମ୍ୟାଚ୍ ଖେଳିବାର ସୁଯୋଗ ମିଳିନଥିଲା । ଜାନୁୟାରୀ ୨୦୨୩ରେ ସେ ଭାରତ ପାଇଁ ସେ ୱାନ ଡେ ଓ ଅଗଷ୍ଟ ୨୦୨୩ରେ T20 ଖେଳିଥିଲେ । ଏହା ପରେ ସେ IPL ୨୦୨୫ ନିଲାମରେ ପଞ୍ଜାବ କିଙ୍ଗସ୍ ତାଙ୍କୁ ୧୮ କୋଟି ଟଙ୍କାରେ କିଣିଥିଲା ।