ସଂଚାର ବ୍ୟୁରୋ: ହାତୀ ଦେଖିବା ହେଲା କାଳ । ଚାଲିଗଲା ଯୁବକଙ୍କ ଜୀବନ । ଏମିତ ଏକ ଅଭାବନୀୟ ଘଟଣା ଘଟିଛି ଚମ୍ପୁଆ ରେଞ୍ଜ ଟୁଣଟୁଣା ଶାଳ ଜଙ୍ଗଲରେ । ଆଜି ଅପରାହ୍ନରେ ଏକ ୪ ଟିକିଆ ହାତୀ ପଲ ଟୁଣଟୁଣା ଗାଁ ନିକଟ ଶାଳ ଜଙ୍ଗଲରେ ରହିଥିଲା । ସେତିକିବେଳେ କିଛି ଲୋକ ସେଠାକୁ ହାତୀଙ୍କୁ ଦେଖିବାକୁ ଯାଇଥିଲେ । ବଡ଼ନଈ ଗାଁର ୨୭ ବର୍ଷୀୟ ଯୁବକ କରନ୍ କାରୁଆ ମଧ୍ଯ ହାତୀ ଦେଖିବାକୁ ଯାଇଥିଲେ । ତେବେ ଏହି ସମୟରେ ଜଙ୍ଗଲ ଭିତରୁ ହଠାତ୍ ଏକ ହାତୀ ଆସି ତାଙ୍କୁ ଉଠାଇ କଚାଡ଼ି ଦେଇଥିଲା । ଯାହା ଫଳରେ ସେ ଗୁରୁତର ଆହତ ହୋଇଥିଲେ । ବନ କର୍ମଚାରୀ କରନଙ୍କୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରି ଚମ୍ପୁଆ ଡାକ୍ତରଖାନାକୁ ନେଇଥିଲେ । ତେବେ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା ।