ପିପିଲି ଶିଉଳା ଛକଠାରେ ଜନ୍ମ ଦିନ ଭୋଜିରେ ବୁଲିଲା ଖଣ୍ତା, ଦୁଇ ଆହାତ । କୌଣସି କଥାକୁ କେନ୍ଦ୍ର କରି ଗଣ୍ଡଗୋଳରୁ ଅଣାୟତ ହୋଇଥିଲା ସ୍ଥିତି । ଜଣେ ଗୁରୁତରଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ବର ରେଫର କରାଯାଇଛି । ପିପିଲି ଶିଉଳା ଜାଗେଶ୍ୱରି ମନ୍ଦିରରେ ଜନ୍ମ ଦିନ ଭୋଜିକୁ କେନ୍ଦ୍ର କରି ସାଙ୍ଗ ମାନଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଶିଶୁପାଳଗଡର ଜଣେ ଯୁବକ ନିଜ ସାଙ୍ଗ ସାଙ୍ଗସାଥୀଙ୍କ ସହିତ ଆସି ଜନ୍ମ ଦିନ ଭୋଜିର ଆୟୋଜନ କରିଥିଲେ ।ଭୋଜିରେ ପିପିଲି ଅଞ୍ଚଳର କିଛି ଯୁବକ ଏଥିରେ ସାମିଲ ହୋଇଥିଲେ। ହଟାଥ କୌଣସି କଥାକୁ କେନ୍ଦ୍ରକରି ଉଭୟଙ୍କ ମଧ୍ୟରେ ବଚସା ହେବାରୁ ଆରମ୍ଭ ହୋଇଥିଲା ଗଣ୍ଡଗୋଳ। ପରିସ୍ଥିତି ଏଭଳି ନିୟନ୍ତ୍ରଣ ହରାଇଲା ଯେ ଘଟଣା ସ୍ଥଳରେ ଖଣ୍ତା ଓ ଧାରୁଆ ଅସ୍ତ୍ରରେ ଉଭୟ ଉଭୟଙ୍କୁ ଆକ୍ରମଣ କରିଚାଲିଥିଲେ। ଘଟଣା ସ୍ଥଳରେ ପିପିଲି ପୋଲିସ ପହଁଚି ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିଛି । ଗଣ୍ଡଗୋଳ ସ୍ଥଳରୁ ଗୋଟିଏ ବାଇକ ଜବତ କରାଯାଇଛି ।