ବୁଝିଲାନି ସମ୍ପର୍କ । କବାଟ ଦେଇ କୁରାଢ଼ିରେ ପୁଅକୁ ହାଣିଲା ବାପା । ରେଢ଼ାଖୋଲ ଥାନା କଦଳୀଗଡ ପଞ୍ଚାୟତ ଅନ୍ତର୍ଗତ ଘୁଙ୍ଗୀନାଳିରେ ଘଟିଛି ଘଟଣା । ପାରିବାରିକ କଳହକୁ ନେଇ ନୃଶଂସ ଭାବେ ପୁଅକୁ ହାଣିଛି ବାପା । ନିଜ ଜନ୍ମ କଲା ପୁଅକୁ ନିର୍ମମ ଭାବେ ହାଣିବାର ଆସିଛି ଚିତ୍ର ।
ଗାଁର ରାଜେନ୍ଦ୍ର ଲୋଇ ଓ ମଝିଁଆ ପୁଅ ମନୋଜ ଲୋଇଙ୍କ ମଧ୍ୟରେ ଛେଳି ଚରାଇବାକୁ ନେଇ ଝଗଡା ହୋଇଥିଲା । ଏଥିରେ ରାଜେନ୍ଦ୍ର ଅତି ରାଗିଯାଇ ବିଳମ୍ବିତ ରାତିରେ ନିଶାସକ୍ତ ଅବସ୍ଥାରେ ପୁଣି ଝଗଡା କରିଥିଲେ । ଶେଷରେ ଏକ ଧାରୁଆ ଟାଙ୍ଗିଆ ସାହାଯ୍ୟରେ ପୁଅ ମନୋଜର ଡାହାଣ ପଟ କାନ୍ଧରେ ହାଣି ପକାଇ ଥିଲେ । ଏଥିରେ ମନୋଜର କାନ୍ଧରେ ଗଭୀର କ୍ଷତ ହୋଇଥିଲା ଓ ସେ ଗୁରୁତର ଅବସ୍ଥାରେ ତଳେ ପଡିଯାଇ ଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି ।