Monday, November 2, 2026
  • About
  • Advertise
  • Careers
  • Contact
sanchar.live
  • Home
  • Epaper
  • ରାଜନୀତି
  • ଓଡିଶା
  • ଭାରତ
  • ବିଦେଶ
  • କ୍ରୀଡ଼ା
  • ମନୋରଞ୍ଜନ
  • ଜୀବନ ଶୈଳୀ
  • Login
No Result
View All Result
sanchar.live
Home ଓଡିଶା

ଇଟି ନାଓ ଇଣ୍ଡଷ୍ଟ୍ରି ଆଇକନ୍ସ ସମ୍ମାନ : ସମ୍ ଅଲ୍ଟିମେଟ ମେଡିକେୟାର, ସମ୍ ହସ୍ପିଟାଲ୍ ଭୁବନେଶ୍ୱର, ଫୁଲନଖରା ଓ ଶୀତଳାପଲ୍ଲୀ କ୍ୟାମ୍ପସ୍ ସମ୍ବର୍ଦ୍ଧିତ

Sanchar Live by Sanchar Live
February 3, 2025
in ଓଡିଶା
0
0
SHARES
9
VIEWS
Facebook
Twitter

ଭୁବନେଶ୍ୱର : ଇଟି ନାଓ ଇଣ୍ଡଷ୍ଟ୍ରି ଆଇକନ୍ସ -୨୦୨୫ ଇଷ୍ଟ ଚାପ୍ଟରର ପ୍ରଥମ ସଂସ୍କରଣର ସମ୍ମାନ ପ୍ରଦାନ ଉତ୍ସବରେ ସମ୍ ଅଲ୍ଟିମେଟ୍ ମେଡିକେୟାରକୁ ପୂର୍ବ ଭାରତର ଶ୍ରେଷ୍ଠ କର୍ପୋରେଟ ହସ୍ପିଟାଲ୍ ଭାବେ ସମ୍ମାନିତ କରାଯାଇଛି । କୋଲକାତାଠାରେ ଗତ ଶୁକ୍ରବାର ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଟାଇମ୍ସ ନେଟୱାର୍କ ଡିଜିଟାଲ୍‌ର ପ୍ରେସିଡେଣ୍ଟ ଓ ସିଓଓ ରୋହିତ ଚଢ଼ା ସମ୍ମମ୍‌ର ସିଇଓ ଡକ୍ଟର ଶ୍ୱେତପଦ୍ମା ଦାଶଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି ।

ସେହିପରି ଏହି ଉତ୍ସବରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ କ୍ୟାମ୍ପସ ୨ ଫୁଲନଖରାକୁ ଓଡ଼ିଶାର ଶ୍ରେଷ୍ଠ ମଲ୍ଟିସ୍ପେଶିଆଲିଟି ହସ୍ପିଟାଲ ଭାବେ ସମ୍ମାନିତ କରାଯାଇଛି।   ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ କ୍ୟାମ୍ପସ ୩ ଶୀତଳାପଲ୍ଲୀ (ବ୍ରହ୍ମପୁର)କୁ ଓଡ଼ିଶାର ଶ୍ରେଷ୍ଠ ମଲ୍ଟିସ୍ପେଶିଆଲିଟି ଇମର୍ଜିଂ ହସ୍ପିଟାଲ୍ ଭାବେ ମନୋନୀତ କରାଯାଇ ସମ୍ମାନ ପ୍ରଦାନ କରାଯାଇଛି । ସେହିପରି ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ ଭୁବନେଶ୍ୱରର କାର୍ଡିଓଲୋଜି, ଅଙ୍କୋଲୋଜି, ନ୍ୟୁରୋଲୋଜି, ଗ୍ୟାଷ୍ଟ୍ରୋଏନ୍‌ଟେରୋଲୋଜି, ହେମାଟୋଲୋଜି ଏବଂ ନେଫ୍ରୋଲୋଜି ବିଭାଗକୁ ସେହି କ୍ୟାଟେଗୋରୀରେ ଓଡ଼ିଶାର ଶ୍ରେଷ୍ଠ ବିଭାଗ ଭାବେ ମାନ୍ୟତା ପ୍ରଦାନ କରାଯାଇଛି ।

Related posts

ବର୍ଷା ପାଇଁ ଆଜି ଏହିସବୁ ଜିଲ୍ଲାରେ ସ୍କୁଲ ଛୁଟି

ବାତ୍ୟା ପାଇଁ କନ୍ଧମାଳ ଜିଲ୍ଲାରେ ୨ ଦିନ ସ୍କୁଲ ଛୁଟି

November 2, 2026
ଆତ୍ମସମର୍ପଣ କଲେ ବିଦ୍ୟା ଭାରତୀ, ଖୁବଶୀଘ୍ର ହୋଇପାରନ୍ତି ଗିରଫ

ଆତ୍ମସମର୍ପଣ କଲେ ବିଦ୍ୟା ଭାରତୀ, ଖୁବଶୀଘ୍ର ହୋଇପାରନ୍ତି ଗିରଫ

November 2, 2026

ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଭୁବନେଶ୍ୱରର ମେଡିକାଲ୍ ସୁପରିଣ୍ଟେଣ୍ଡେଣ୍ଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର, ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ କ୍ୟାମ୍ପସ ୨ ଫୁଲନଖରାର ମେଡିକାଲ୍ ସୁପରିଣ୍ଟେଣ୍ଡେଣ୍ଟ ପ୍ରଫେସର (ଡାକ୍ତର) ରାଜେଶ କୁମାର ଲେଙ୍କା ଏବଂ ବିଶ୍ୱବିଦ୍ୟାଳୟର ଲୋକସମ୍ପର୍କ ଅଧିକାରୀ ଶୁଭଦର୍ଶିନୀ ମିଶ୍ର ଏହି ସମ୍ମାନ ଗ୍ରହଣ କରିଥିଲେ ।

ଏହି ସମ୍ମାନଗୁଡ଼ିକୁ ବଲିଉଡ୍ ଅଭିନେତା ତଥା ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସରେ ପ୍ରସାରିତ ବହୁଚର୍ଚ୍ଚିତ ‘ହିରାମଣ୍ଡି’ ସିରିଜ୍‌ର ଫେମ୍ ତାରା ଶାହା ବଦୁଶାହା, ବିଶିଷ୍ଟ ଭାରତୀୟ ସିନେମା ପ୍ରଯୋଜିକା, ନିର୍ଦ୍ଦେଶିକା, ଲେଖିକା ନନ୍ଦିତା ରାୟ ଏବଂ ଅଭିନେତା ତଥା ନିର୍ଦ୍ଦେଶକ ଓ ଲେଖକ ଶିବପ୍ରସାଦ ମୁଖାର୍ଜୀ ଏବଂ ବଲିଉଡ୍ ଅଭିନେତା ଅପାରଶକ୍ତି ଖୁରାନା ପ୍ରଦାନ କରିଥିଲେ ।

Tags: phulnakharaSoauniversity

POPULAR NEWS

  • ଜଣା ପଡିଲା ସତ, ଜାଣନ୍ତୁ କେମିତି ତେଲ କଡେଇରେ ପଡିଲେ ହାଡୁ

    ଜଣା ପଡିଲା ସତ, ଜାଣନ୍ତୁ କେମିତି ତେଲ କଡେଇରେ ପଡିଲେ ହାଡୁ

    0 shares
    Share 0 Tweet 0
  • ଯଦି ଏବେ ଓଡ଼ିଶାରେ ଭୋଟ ହୁଏ, ଜିତିବ କିଏ ?

    0 shares
    Share 0 Tweet 0
  • ବେଙ୍ଗାଲୁରୁରେ ଓଡ଼ିଆ ଯୁବକଙ୍କୁ ନିର୍ମମ ହତ୍ୟା

    0 shares
    Share 0 Tweet 0
  • ଟୁଇନି ସିଟିରେ ପଲଙ୍କ ସେବାରେ ବାଂଲାଦେଶୀ ଯୁବତୀ

    0 shares
    Share 0 Tweet 0
  • ଅନୁଗୁଳରେ ଯୁବତୀଙ୍କୁ ଅସଦାଚରଣ ଓ ଧମକ ଅଭିଯୋଗରେ ଯୁବନେତା ଗିରଫ

    0 shares
    Share 0 Tweet 0
sanchar.live

We bring you the best Premium WordPress Themes that perfect for news, magazine, personal blog, etc.

Follow us on social media:

Recent News

  • ବାତ୍ୟା ପାଇଁ କନ୍ଧମାଳ ଜିଲ୍ଲାରେ ୨ ଦିନ ସ୍କୁଲ ଛୁଟି
  • ଭ୍ୟାନ ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା: ୬ ଜଣଙ୍କ ମୃତ୍ୟୁ
  • ଅଣନିଶ୍ବାସୀ ହୋଇଗଲେଣି ଦିଲ୍ଲୀବାସୀ, ବଢୁଛି ପ୍ରଦୂଷଣ

Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Newsletter

  • About
  • Advertise
  • Careers
  • Contact

© 2026 Sanchar - Technology Partner OneByte.

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In
No Result
View All Result
  • Home
  • Epaper
  • ରାଜନୀତି
  • ଓଡିଶା
  • ଭାରତ
  • ବିଦେଶ
  • କ୍ରୀଡ଼ା
  • ମନୋରଞ୍ଜନ
  • ଜୀବନ ଶୈଳୀ

© 2026 Sanchar - Technology Partner OneByte.