ସଂଚାର ବ୍ୟୁରୋ: ରାଜ୍ୟରେ ଆଳୁ ସଙ୍କଟ ନେଇ ବିଜେପି ସରକାରଙ୍କୁ ଘେରିଲା ବିଜେଡି । ସରକାରଙ୍କୁ କଡ଼ା ସମାଲୋଚନା । ଅସାଧୁ ବ୍ୟବସାୟୀଙ୍କ ସହ ସରକାରଙ୍କ ମେଣ୍ଟ । ଆଳୁ ସମସ୍ୟାକୁ ସମାଧାନ କରିବାକୁ ଏ ସରକାର ସମର୍ଥ ନୁହଁ ବୋଲି ଟାର୍ଗେଟ କରି କହିଛନ୍ତି ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ । ସେ କହିଛନ୍ତି, ‘ବଗତ କିଛି ଦିନ ଧରି ରାଜ୍ୟରେ ଆଳୁ ସମସ୍ୟା ଲାଗୁ ରହିଛି । ହେଲେ ମନ୍ତ୍ରୀ ସବୁବେଳେ କହୁଛନ୍ତି ଖୁବ୍ ଶୀଘ୍ର ସମସ୍ୟା ସମାଧାନ ହେବ ବୋଲି । କେତେବେଳେ ଉତ୍ତରପ୍ରଦେଶରୁ ଆଳୁ ଆଣିବା କଥା କହୁଛନ୍ତି ତ କେତେବେଳେ ବିହାରରୁ ଆସିବା କଥା କହୁଛନ୍ତି ହେଲେ କେଉଁଠୁ ବି ଆଣିବାର ବ୍ୟବସ୍ଥା କରୁନାହାଁନ୍ତି । ବିଜେପି ସରକାରଙ୍କର ଲୋକଙ୍କ ସସମ୍ୟା ପ୍ରତି ଖାତିର ନାହିଁ’ ।