ସଂଚାର ବ୍ୟୁରୋ: ପିକଅପ ଓଲଟି ୨୨ଜଣ ଆହତ। ୮ଜଣ ଗୁରୁତର। ସମ୍ବଲପୁର ରେଢାଖୋଲ ବିଶିପାଲି ଛକ ବୀରମହାରାଜପୁର ରାସ୍ତା ଧଉରାଖମଣ ନିକଟରେ ଓଲଟିଲା ପିକଅପ ଭ୍ଯାନ୍। ନାରାୟଣନଗରରୁ ନାମ ସଂକୀର୍ତ୍ତନ ସାରି ଫେରୁଥିବାବେଳେ ଭ୍ଯାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଗୁରୁତରମାନଙ୍କୁ ବୌଦ୍ଧ ମେଡିକାଲରେ ଭର୍ତ୍ତି କରାଯାଇଛି। ଆହତମାନଙ୍କୁ ସୁବଳୟା ମେଡିକାଲରେ ଭର୍ତ୍ତି କରାଯାଇଛି।.