୧୪୯ ନଂ ଜାତୀୟ ରାଜପଥରେ ଆଜି ଘଟି ଯାଇଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଅନୁଗୁଳରେ ଓଲଟି ପଡ଼ିଲା ଏକ osrtc ବସ୍ । ଏହି ଦୁର୍ଘଟଣାରେ ପ୍ରାଥମିକ ସୂଚନା ଅନୁଯାୟୀ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି । ବସ୍ଟି ବାରିପଦାରୁ ଅନୁଗୁଳ ଆସୁଥିଲା । ବସ୍ରେ ପ୍ରାୟ ୩୦ରୁ ୩୫ ଜଣ ଯାତ୍ରୀ ଯାତ୍ରା କରୁଥିଲେ । ବସ୍ଟି ନିୟନ୍ତ୍ରଣ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଅନୁମାନ କରାଯାଉଛି । ଏହାକୁ ନେଇ କୌଣସି ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ । ବସ୍ ଓଲଟିବା ପରେ ଯାତ୍ରୀମାନେ ଛିଟିକି ପଡ଼ି ବସ୍ ତଳେ ଚାପି ହୋଇଯାଥିଲେ ।