ହାତୀ ଆକ୍ରମଣରେ ପୁଅ ମୃତ, ମା ଗୁରୁତର। ଘଟଣା ଘଟିଛି ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ମହତପଲ୍ଲା ଗାଁ ରେ। ଆଜି ସକାଳୁ ଶୌଚ ହେବାକୁ ଯାଇଥିବା ବେଳେ ଉଭୟ ମା ପୁଅଙ୍କୁ ହାତୀ ଆକ୍ରମଣ କରିଥିଲା । ଉଭୟଙ୍କୁ ସ୍ଥାନୀୟବାସୀ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି କରିଥିଲୋ। ସେଠାରେ ଡାକ୍ତର ପୁଅ ସତ୍ୟ ରଞ୍ଜନ ମାର୍ଥାଙ୍କୁ ମୃତ ଘୋଷଣା କରିଥିଲୋ ଡାକ୍ତର। ଅନ୍ୟପଟେ ମାଆର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ବର ଏମ୍ସ ସ୍ଥାନାନ୍ତର କରାଯାଇଛି। ଖବର ପାଇ ମେଡିକାଲରେ ବନ ବିଭାଗ ଅଧିକାରୀ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛନ୍ତି। ଗତ କିଛି ଦିନ ହେଲା ମହତପଲ୍ଲା ଅଞ୍ଚଳରେ ହାତୀ ଉପଦ୍ରବ ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହାକୁ ଅସନ୍ତୋଷ ଲାଗି ରହିଛି।