ସଂଚାର ବ୍ୟୁରୋ: ବଲିଉଡ ଅଭିନେତା ସୈଫ ଅଲ୍ଲି ଖାନଙ୍କୁ ଛୁରାମାଡ। ରାତି ପ୍ରାୟ ସାଢେ ୨ଟାରେ ମୁମ୍ବାଇ ବାନ୍ଦ୍ରା ସ୍ଥିତ ଘରେ ଛୁରାମାଡ଼ ହୋଇଥିବା ଜଣାପଡିଛି। ଚିକିତ୍ସା ପାଇଁ ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି। ସୈଫ ଏବେ ବିପଦ ମୁକ୍ତ ଥିବା ଡାକ୍ତରଙ୍କ ସୂଚନା। ଚୋରି ପାଇଁ ଆସି ଦୁର୍ବୃତ୍ତ ଛୁରାମାଡ କରିଥିବା ସୂଚନା। ସୈଫଙ୍କ ବେକ, ହାତ ଓ ପିଠିରେ ଲାଗିଛି ଆଘାତ। ଘଟଣାସ୍ଥଳରେ ବାନ୍ଦ୍ରା ପୋଲିସ ତଦନ୍ତ ଆରମ୍ଭ କରିଛି। ସୈଫ ଅଲ୍ଲୀ ଖାନଙ୍କ ସହାୟକଙ୍କୁ ମଧ୍ୟ ଚୋର ଆକ୍ରମଣ କରିଥିବା ଜଣାପଡିଛି।ଘରର କର୍ମଚାରୀଙ୍କୁ ପଚରାଉଚରା କରୁଛି ପୋଲିସ ।