Friday, June 20, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home Uncategorized

ଏହି ଆସନ ଶ୍ବାସରୋଗରେ ଆଣେ ସୁଧାର

Sanchar Live by Sanchar Live
January 13, 2025
in Uncategorized
0
ଏହି ଆସନ ଶ୍ବାସରୋଗରେ ଆଣେ ସୁଧାର
0
SHARES
9
VIEWS
FacebookTwitter

ଭୁବନେଶ୍ଵର : ବର୍ତ୍ତମାନ ସମୟରେ ଶ୍ୱାସ (ଆଜ୍‌ମା) ସବୁଠାରୁ କଷ୍ଟଦାୟକ ଶ୍ୱସନ ରୋଗ । ଏହି ସମସ୍ୟାରେ ପୀଡ଼ିତ ବ୍ୟକ୍ତିବିଶେଷଙ୍କର ଛାତି ସବୁବେଳେ କଷ୍ଟ ହୁଏ । ଶ୍ୱାସପ୍ରଶ୍ୱାସ ନେବା ବେଳେ ସିଁ ସିଁ ଶବ୍ଦ ହେବା ସହ ଶ୍ୱାସ ନେବାରେ ଅସୁବିଧା ହୁଏ । ମୁଖ୍ୟତଃ ରୋଗୀକୁ ଶ୍ୱାସ ନେବା ଅପେକ୍ଷା ଛାଡ଼ିବାରେ ଅତ୍ୟଧିକ ଅସୁବିଧା ହୋଇଥାଏ । ଶ୍ୱାସରୋଗ ବିଶେଷତଃ ବର୍ଷାଦିନେ ଓ ଶୀତଦିନେ ବହୁଳ ଭାବରେ ଦେଖାଦେଇଥାଏ । ଆଜ୍‌ମା ହେବାର କୌଣସି ଏକ ନିର୍ଦ୍ଦିଷ୍ଟ କାରଣ ନ ଥିଲେ ମଧ୍ୟ ଏହା ମୁଖ୍ୟତଃ ଅତ୍ୟଧିକ ମାନସିକ ଚିନ୍ତା, ଭୟ, ଉଦ୍‌ବେଗ, ଆଲର୍ଜି ଏବଂ ବଂଶାନୁଗତ କାରଣରୁ ହୋଇଥାଏ । ତେବେ କିଛି ପ୍ରଭାବୀ ଆସନକୁ ସକାରାତ୍ମକ ଭାବନା ନେଇ ନିୟମିତ ଅଭ୍ୟାସ କଲେ ଏହି ସମସ୍ୟାରେ ସୁଧାର ଆସିଥାଏ ।

ମାର୍ଜାରୀ ଆସନ

ଭୂଇଁରେ ଆଣ୍ଠୁ ମାଡ଼ି ବସନ୍ତୁ । ପାଦର ଦୁଇ ବୁଢ଼ା ଆଙ୍ଗୁଠିକୁ ଏକାଠି କରି ରଖନ୍ତୁ । ଗୋଇଠି ଛାଡ଼ି ରହିବ ଏବଂ ପାଦ ଭିତରେ ନିତମ୍ବକୁ ରଖନ୍ତୁ (ବଜ୍ରାସନ ଭଳି) । ବର୍ତ୍ତମାନ ନିତମ୍ବ ଉଠାଇ ଆଣ୍ଠୁରେ ଠିଆ ହୁଅନ୍ତୁ । ଆଗକୁ ଝୁଙ୍କି ଦୁଇ ହାତକୁ କାନ୍ଧ ସିଧାରେ ଭୂଇଁ ଉପରେ ରଖନ୍ତୁ । ହାତ ଓ ଆଣ୍ଠୁ ଗୋଟିଏ ସରଳ ରେଖାରେ ରହିବା ସହ ଜଙ୍ଘ ଏବଂ ବାହୁ ଭୂମି ଉପରେ ସିଧା ହୋଇ ରହିବ । ଦୁଇ ଆଣ୍ଠୁକୁ ଆପଣ ଲଗାଇ ରଖିପାରିବେ କିମ୍ବା ଛାଡ଼ି ରଖିପାରିବେ । ଏହା ଆସନର ପ୍ରାରମ୍ଭିକ ସ୍ଥିତି । ବର୍ତ୍ତମାନ ଶ୍ୱାସ ନେଇ ମୁଣ୍ଡକୁ ଉପରକୁ ଉଠାନ୍ତୁ ଯେପରି ମେରୁଦଣ୍ଡ ତଳକୁ ବାଙ୍କି ରହିବ । ଏହି ସ୍ଥିତିରେ ସମ୍ପୂର୍ଣ୍ଣ ଶ୍ୱାସକୁ ୩ ସେକେଣ୍ଡ ପାଇଁ ଧରି ରଖନ୍ତୁ, ଶ୍ୱାସ ଛାଡ଼ି ମୁଣ୍ଡକୁ ତଳକୁ ଖସାନ୍ତୁ ଏବଂ ମେରୁଦଣ୍ଡକୁ ଉପରକୁ ଉଠାନ୍ତୁ । ଏହି ସ୍ଥିତିରେ ମୁଣ୍ଡ ଦୁଇ ବାହୁ ମଧ୍ୟରେ ଜଙ୍ଘ ଆଡକୁ ମୁହଁ କରି ରହିବ । ଏହି ଅଭ୍ୟାସ ସମୟରେ ମେରୁଦଣ୍ଡ ଏବଂ ପେଟରେ ପଡୁଥିବା ପ୍ରଭାବ ଉପରେ ଧ୍ୟାନ ଦିଅନ୍ତୁ । ଏହିଭଳି ୫ରୁ ୧୦ ଚକ୍ର ଅଭ୍ୟାସ କରନ୍ତୁ ।

ହସ୍ତ ଉତ୍‌ଥାନାସନ 

ପାଦ ଏକାଠି ରଖି ସିଧା ଠିଆ ହୁଅନ୍ତୁ । ହାତ ଶରୀରର ଦୁଇ ପାଶ୍ୱର୍ରେ ରହିବ । ଦେହର ଓଜନ ଦୁଇ ପାଦ ଉପରେ ସମାନ ଭାବରେ ରହିବ । ସାରା ଶରୀରକୁ ଢିଲା ରଖନ୍ତୁ । ଶ୍ୱାସ ନେଇ ଦୁଇ ହାତକୁ ମୁଣ୍ଡ ଉପରକୁ ଉଠାନ୍ତୁ ଯେପରି ଦୁଇ ବାହୁ ଛାତି ଚଉଡ଼ାରେ ରହିବ । ଧୀରେ ଧୀରେ ମୁଣ୍ଡ, କାନ୍ଧ ଓ ବାହୁକୁ ପଛକୁ କରିବାକୁ ଚେଷ୍ଟା କରନ୍ତୁ ଓ କିଛି ସମୟ ସେହି ସ୍ଥିତିରେ ରହନ୍ତୁ । ଶ୍ୱାସ ଛାଡ଼ି ହାତକୁ ମୁଣ୍ଡ ସିଧାକୁ ଆଣିବା ସହ ଧୀରେ ଧୀରେ ହାତ ତଳକୁ କରି ଶରୀର ପାଶ୍ୱର୍ରେ ରଖନ୍ତୁ । ଏହା ଗୋଟିଏ ଚକ୍ର । ଏହିଭଳି ୫ରୁ ୧୦ ଚକ୍ର ଅଭ୍ୟାସ କରନ୍ତୁ । ସତର୍କତା: ଗୁରୁତର ଶ୍ୱାସ ରୋଗୀମାନେ ଏହି ସବୁ ଆସନ ଡାକ୍ତରଙ୍କ ପରାମର୍ଶରେ ଆରମ୍ଭ କରିବେ ।

Tags: lifestylespecial report
ShareTweetShareSend
Sanchar Live

Sanchar Live

Next Post
କଂସ ବଧ ସହ ସରିଲା ବରଗଡ଼ର ବିଶ୍ବପ୍ରସିଦ୍ଧ ଧନୁଯାତ୍ରା

କଂସ ବଧ ସହ ସରିଲା ବରଗଡ଼ର ବିଶ୍ବପ୍ରସିଦ୍ଧ ଧନୁଯାତ୍ରା

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଅଧକପାଳିରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ? ଏହି ସବୁ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ
  • ସ୍କ୍ରାପ୍ କଳାକୃତି ପ୍ରତିଯୋଗିତାରେ ବେଦାନ୍ତ ଲାଞ୍ଜିଗଡ଼ ଚାମ୍ପିଅନ୍ ବର୍ଜ୍ୟରୁ ସମ୍ପଦ ସୃଷ୍ଟି ଉପରେ ଗୁରୁତ୍ବ
  • ଭୁବନେଶ୍ୱର ବିମାନବନ୍ଦରରେ ପହଂଚିଲେ ପ୍ରଧାନମନ୍ତ୍ରୀ
  • ସୁରକ୍ଷା କର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିପାତ
  • ଏୟାର ଇଣ୍ଡିଆର ୮ଟି ଉଡ଼ାଣ ବାତିଲ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.