Thursday, March 5, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ରାଜନୀତି

ବିଜେପିରେ ପୁଣି ସାମିଲ ହେଲେ ଓଡ଼ିଶାର ପୂର୍ବତନ ରାଜ୍ୟପାଳ ରଘୁବର ଦାସ

Sanchar Live by Sanchar Live
January 10, 2025
in ରାଜନୀତି
0
ବିଜେପିରେ ପୁଣି ସାମିଲ ହେଲେ ଓଡ଼ିଶାର ପୂର୍ବତନ ରାଜ୍ୟପାଳ ରଘୁବର ଦାସ
0
SHARES
35
VIEWS
FacebookTwitter

ନୂଆଦିଲ୍ଲୀ: ଓଡ଼ିଶାର ପୂର୍ବତନ ରାଜ୍ୟପାଳ ରଘୁବର ଦାସ ଶୁକ୍ରବାର ବିଜେପିରେ ପୁଣି ଥରେ ସାମିଲ ହୋଇଛନ୍ତି । ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବାର ଦାସ ପୁଣି ବିଜେପିର ସଦସ୍ୟତା ଗ୍ରହଣ କରିବା ପରେ ଦଳୀୟ ଶିବିରରେ  ଉତ୍ସାହ ବୃଦ୍ଧି ପାଇଛି । ଏବେ ଝାଡ଼ଖଣ୍ଡ ରାଜନୀତିରେ ବିଜେପିର ରଘୁବର ଶକ୍ତି ବଢ଼ାଇବେ ବୋଲି କୁହାଯାଉଛି ।  ଏହ ପୂର୍ବରୁ ସେ  ଡିସେମ୍ବର ୨୪, ୨୦୨୪ରେ ଓଡ଼ିଶାର ରାଜ୍ୟପାଳ ପଦରୁ ଇସ୍ତଫା ଦେଇଥିଲେ ଏବଂ ବିଜେପିରେ ପୁନଃ ସାମିଲ ହେବେ ବୋଲି ଚର୍ଚ୍ଚା ହେଉଥିଲା ।

ଗତ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ବିଜେପିକୁ ନିରାଶ ହେବାକୁ ପଡ଼ିଥିଲା ଏବଂ ଦଳ ପାଇଁ ରଘୁବର ଦାସ ଆବଶ୍ୟକ ଥିଲେ । ଏବେ ରଘୁବର ଦଳକୁ ପୁଣି ଥରେ ଫରିବା ପରେ ଝାଡ଼ଖଣ୍ଡରେ ବିଜେପିର ସ୍ଥିତି ଆହୁରି ମଜଭୁତ ହୋଇପାରିବ ବୋଲି ଚର୍ଚ୍ଚା ହେଉଛି । ଆଜି ରାଜ୍ୟ ବିଜେପି ମୁଖ୍ୟାଳୟରେ ରଘୁବର ଦାସ ଦଳରେ ସାମିଲ ହୋଇଛନ୍ତି । ଏହି ସମୟରେ ରାଜ୍ୟ ବିଜେପି ସଭାପତି ବାବୁଲାଲ ମାରାଣ୍ଡି, କାର୍ଯ୍ୟକାରୀ ସଭାପତି ରବୀନ୍ଦ୍ର ରାୟ, କେନ୍ଦ୍ରମନ୍ତ୍ରୀ ସଂଜୟ ସେଠ ଏବଂ ଶତାଧିକ ବିଜେପି କାର୍ଯ୍ୟକର୍ତ୍ତା ତାଙ୍କୁ ଦଳକୁ ସ୍ବାଗତ କରିଛନ୍ତି ।

ସେପଟେ ଦଳରେ ସାମିଲ ହେବା ପରେ ରଘୁବର ଦାସ କହିଛନ୍ତି, ୧୯୮୦ ପରେ ପୁଣି ଥରେ ବିଜେପିରେ ସାମିଲ ହୋଇଥିବାରୁ ଖୁସି ଲାଗୁଛି ।  ୨୦୨୩ରେ ଓଡ଼ିଶାର ରାଜ୍ୟପାଳ ହେବା ପରେ ସେ ଦଳରୁ ଇସ୍ତଫା ଦେଇଥିଲେ । ସେ କହିଛନ୍ତି, ୨୦୨୪ ବିଧାନଭା ନିର୍ବାଚନରେ ସବୁ ଦଳୀୟ ନେତା ମନପ୍ରାଣ ଦେଇ କାମ କରିଥିଲେ । କିନ୍ତୁ ଆମେ ଆଶାନୁରୂପ ଫଳ ପାଇଲୁ ନାହିଁ । ଏଥିପାଇଁ ଆମେ ଦୁଃଖିତ ନୁହେଁ, ଆମେ ଖୁବଶୀଘ୍ର ଫେରିବୁ ।

ସୂଚନାଯୋଗ୍ୟ, ୨୦୨୪ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ବିଜେପି କେବଳ ୨୧ ଆସନ୍‌ରେ ବିଜୟୀ ହୋଇଛି । ସେପଟେ ଜେଏମଏମ ନେତୃତ୍ବାଧୀନ ମେଣ୍ଟ ୫୬ଟି ଆସନରେ ବିଜୟୀ ହେବା ସହ ପୁଣି ଥରେ ସରକାର ଗଢ଼ିଛି । ତେବେ ରଘୁବର ଦାସ ଝାଡ଼ଖଣ୍ଡର ପ୍ରଥମ ଅଣ ଆଦିବାସୀ ମୁଖ୍ୟମନ୍ତ୍ରୀ ।  ସେ ୨୦୨୪-୨୦୧୯ ପର୍ଯ୍ୟନ୍ତ ରାଜ୍ୟର ଶାସନ ମୁଖ୍ୟ ଥିଲେ । ୨୦୧୯ ନିର୍ବାଚନରେ ଦଳର ପରାଜୟ ପରେ ତାଙ୍କୁ ଅକ୍ଟୋବର ୧୮, ୨୦୨୩ରେ ଓଡ଼ିଶାର ରାଜ୍ୟପାଳ ଭାବରେ ନିୁଯକ୍ତ କରାଯାଇଥିଲା ।

Tags: politicsraghubar das
ShareTweetShareSend
Sanchar Live

Sanchar Live

Next Post
ବିଶାଲ ଦାସ ଓ ୧୧ ପିଆରଆଇ ସଦସ୍ଯଙ୍କୁ ଛାଡିଲା ଛିତିଶଗଡ ପୋଲିସ

ବିଶାଲ ଦାସ ଓ ୧୧ ପିଆରଆଇ ସଦସ୍ଯଙ୍କୁ ଛାଡିଲା ଛିତିଶଗଡ ପୋଲିସ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ବନ୍ଦ ହେଲା ୮୦% ଜାହାଜ ଚଳାଚଳ: ଆକାଶଛୁଆଁ ହୋଇପାରେ ପେଟ୍ରୋଲ ଓ ଡିଜେଲ ଦର
  • ଆଜି ଆକାଶରେ ଦେଖାଯିବ ନାଲି ରଙ୍ଗର ଜହ୍ନ
  • ନଜର ପକାନ୍ତୁ ଆଜିର ରାଶିଫଳ ଉପରେ
  • ରାତି ଅଧରେ ୟୁଟ୍ୟୁବରଙ୍କୁ ହତ୍ୟା
  • କିଏ ଯିବ ସେମିଫାଇନାଲ ?ଆଜି ଭାରତ-ୱେଷ୍ଟଇଣ୍ଡିଜ୍ ମୁକାବିଲା

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.