ସଂଚାର ବ୍ୟୁରୋ: ଆସନ୍ତା ବର୍ଷ ଠାରୁ ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାରେ କଂସ ଭୂମିକାରେ ଆଉ ଅଭିନୟ କରିବେ ନାହିଁ ଭୁବନେଶ୍ୱର ପ୍ରଧାନ। ଏନେଇ ସେ ନିଜେ ସ୍ୱଇଚ୍ଛାରେ ବିରତି ନେଇଥିବା ଗଣମାଧ୍ୟମ ଆଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି। ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ବ୍ୟତୀତ ଅନ୍ୟ ସ୍ଥାନ ମାନଙ୍କରେ କଂସ, ରାବଣ ଆଦି ଭିନ୍ନ ଭିନ୍ନ ଭୂମିକାରେ ଅଭିନୟ କରିବେ ବୋଲି ସ୍ପଷ୍ଟ କରିଛନ୍ତି ଭୁବନେଶ୍ୱର।