ସଂଚାର ବ୍ୟୁରୋ: ଚିଲିକାରେ ଲେକ୍ କୁଇନ ଏବଂ ଡାଇମଣ୍ଡ୍ ପ୍ରିନ୍ସସେସ୍ କ୍ରୁଜ ବୋଟର ଉଦଘାଟନ l ସ୍ବଦେଶ ଦର୍ଶନ ଯୋଜନାର ସଫଳ ରୂପାୟନ ପାଇଁ ଖୋର୍ଦ୍ଧା ଜିଲ୍ଲାର ବଡ଼କୁଳ ପାନ୍ଥ ନିବାସ OTDC ପକ୍ଷରୁ ଏହି ଦୁଇଟି କ୍ରୁଜ ବୋଟର ଉଦଘାଟନ କରାଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଯୋଗଦେଇ ଏହାର ଉଦଘାଟନ କରିଥିଲେ । ଲେକ୍ କୁଇନ ଏବଂ ଡାଇମଣ୍ଡ୍ ପ୍ରିନ୍ସସେସ୍ ନାମକ ଏହି ଦୁଇଟି ବିଳାସପୁର୍ଣ୍ଣ କ୍ରୁଜରେ ୪୦ ସିଟ ରହିଛି । ପର୍ଯ୍ୟଟକମାନଙ୍କ ଆରାମଦାୟକ ଏବଂ ସ୍ମରଣୀୟ ଯାତ୍ରା ସୁନିଶ୍ଚିତ କରିବା ନିମନ୍ତେ ଏଥିରେ ଏୟାର କଣ୍ଡିସନ କ୍ୟାବିନ ଠାରୁ ଆରମ୍ଭ କରି ଅନ୍-ବୋର୍ଡ ଫୁଡ୍ ସର୍ଭିସ ଉପଲବ୍ଧ କରାଯାଇଛି । କ୍ରୁଜ୍ ରେ ଯାତ୍ରା କରିବା ସମୟରେ ପର୍ଯ୍ୟଟକମାନେ ମାଆ କାଳିଜାଈ ଦ୍ବୀପ ଓ ମନ୍ଦିର ଏବଂ ନଳବଣ ପକ୍ଷୀ ଅଭୟାରଣ୍ୟର ମନୋରମ ଦୃଶ୍ୟକୁ ଉପଭୋଗ କରିପାରିବେ ।