ସଂଚାର ବ୍ୟୁରୋ: ଖୋର୍ଦ୍ଧାରେ ବର୍ଷା ବିତ୍ପାତ। ଖୋର୍ଦ୍ଧା- ବଲାଙ୍ଗୀର ଜାତୀୟ ରାଜପଥର ବାଘମାରୀ ଠାରେ ରାସ୍ତା ଉପରେ ଚାଲିଛି ୪ ଫୁଟର ପାଣି। ଫଳରେ ଏହି ରାସ୍ତାରେ ଯାତାୟାତ ଠପ ହୋଇଯାଇଛି। ରାସ୍ତାରେ ଶତାଧିକ ଗାଡି ଅଟକି ରହିଛି। ଖୋର୍ଦ୍ଧା- ନୟାଗଡ଼ ଓ ଖୋର୍ଦ୍ଧା- କଣ୍ଟିଲୋକୁ ଯାତାୟାତ ବନ୍ଦ ରହିଛି। ଲଗାଣ ବର୍ଷାରେ ବେହାଲ ଖୋର୍ଦ୍ଧା ଅଞ୍ଚଳ । ପ୍ରବଳ ବର୍ଷା ଯୋଗୁଁ ୫୭ନ ଜାତୀୟ ରାଜପଥରେ ରାସ୍ତା ଉପରେ ୪ଫୁଟର ପାଣି। ଖୋର୍ଦ୍ଧା ନୟାଗଡ଼, ଖୋର୍ଦ୍ଧା ବାଙ୍କୀ ରାସ୍ତାରେ ଯୋଗାଯୋଗ ବିଛିନ୍ନ ହୋଇଛି। ଉଭୟ ପାର୍ଶ୍ଵରେ ଯାନବାହାନ ଅଟକିଛି। ବାଘମାରି ରାସ୍ତାରେ ବର୍ଷା ଜଳ ପ୍ରବାହିତ ହେଉଛି। ଲଗାଣ ବର୍ଷା ଫଳରେ ପାଣିର ସ୍ରୋତ ବଢ଼ି ବଢ଼ି ଚାଲିଛି। ଭୁବନେଶ୍ୱର ପଟୁ ଯାଉଥିବା ସମସ୍ତ ବସ ଟ୍ରକ କାର ୨ଚକିଆ ଯାନବାହନ ଅଟକି ରହିଛି। ଏବେ ବି ରାସ୍ତା ଉପରେ ୪ଫୁଟ ଉଚ୍ଚରେ ବର୍ଷା ଜଳ ପ୍ରବାହିତ ହେଉଛି। ଖୋର୍ଦ୍ଧା ପଟୁ ବାଙ୍କୀକୁ ଯାଉଥିବା ରାସ୍ତାରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ବାଙ୍କୀ, ସିମୋରୋ ରାସ୍ତାରେ ପାଣି ଚାଲିଛି। ଗାଁରେ ପାଣି ପଶିବା ସହ ଲୋକମାନଙ୍କ ଘର ଭିତରେ ବର୍ଷା ପାଣି ପଶିଛି। ଏହାସହ ପାଣିରେ ଭାସିଆସି ମାଛ ପଡ଼ିଥିବା ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି।