ସଂଚାର ବ୍ୟୁରୋ: ଭୁବେନେଶ୍ବର ସତ୍ଯନଗର ୱେରହାଉସରେ ବଡ ଧରଣର ଅଗ୍ନିକାଣ୍ଡ। ରୋବୋଟିକ ମେସିନ ସହାୟତାରେ ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ । ଗୋଦାମ ଭିତରକୁ ପଶିକି ନିଆଁକୁ ଲିଭାଇଲା ମେସିନ। ଭୁବନେଶ୍ୱର ସତ୍ୟନଗର ଓ୍ବୟାର ହାଉସରେ ଅଗ୍ନିକାଣ୍ଡ ଘଟି ୫ କୋଟିରୁ ଅଧିକ ଟଙ୍କାର ଜିନିଷ ଜଳିପୋଡି ନଷ୍ଟ ହୋଇଯାଇଛି। PSP ଡିଷ୍ଟ୍ରିବ୍ୟୁଟର ନାମକ ସଂସ୍ଥାର ଗୋଦାମ ଗୃହରେ ହଟାତ୍ ଲାଗିଥିଲା ନିଆଁ। ଦେଖୁ ଦେଖୁ ହଟାଠ ନିଆଁର ଆଁ ଭିତରେ ଜଳି ପୋଡ଼ି ପାଉଁଶ ହୋଇଯାଇଛି। ଆଜି ସନ୍ଧ୍ୟା ୭ଟାରେ ମାଲିକ ଗୋଦାମ ଗୃହକୁ ବନ୍ଦ କରି ଘରକୁ ଯିବା ପରେ ଲାଗିଥିଲା ନିଆଁ। କେଉଁ କାରଣରୁ ନିଆଁ ଲାଗିଲା କାରଣ ଅସ୍ପଷ୍ଟ ଥିବା ବେଳେ ନିଆଁକୁ ଆୟତ୍ତ କରିବା ପାଇଁ ନକେଦମ ହେବାକୁ ପଡ଼ିଥିଲା ଅଗ୍ନିଶମ ବାହିନୀକୁ। ୧୦ଟି ଟିମ ଲାଗିଥିବା ବେଳେ ୧୦୦ରୁ ଅଧିକ କର୍ମଚାରୀ ନିୟୋଜିତ ଥିଲେ। ନିଆଁର ପ୍ରକୋପ ଏତେ ଅଧିକ ଥିଲା ଯେ ଏହାକୁ ଆୟତ୍ତ କରିବା ପାଇଁ ସ୍ବତନ୍ତ୍ର କେମିକାଲ ଯୁକ୍ତ ଫୋମକୁ ବି ବ୍ୟବହାର କରିଥିଲା ଅଗ୍ନିଶମ ବାହିନୀ। ସେପଟେ ଏହି ଗୋଦାମ ଗୃହରେ ବିଭିନ୍ନ କମ୍ପାନୀର ଗ୍ରାଉଣ୍ଡର, ପ୍ରେସରକୁକର, ଫ୍ୟାନ ଆଦି ଇଲୋକ୍ଟ୍ରୋନିକ ସାମଗ୍ରୀ ପ୍ରଚୁର ମାତ୍ରାରେ ଥିଲା। ଏତେ ବଡ ଅଗ୍ନି କାଣ୍ଡ ଘଟିଥିବା ଗୋଦାମ ଘରେ ଅଗ୍ନି ନିରୋଧ ବ୍ୟବସ୍ଥା ଥିଲା ନା ନାହିଁ ସେନେଇ ତଦନ୍ତ କରାଯିବ ବୋଲି କହିଛି ଅଗ୍ନିଶମ ବିଭାଗ।