ସଂଚାର ବ୍ୟୁରୋ: ଦିଲ୍ଲୀରେ ପୁଣି ଭାଙ୍ଗିଲା ବିଜେପି ଗଡ଼। ଆମ ଆଦମୀ ପାର୍ଟିରେ ସାମିଲ ହୋଇଛନ୍ତି ବିଜେପି ନେତା। ରମେଣ ପେହଲୱାନ ଓ ପତ୍ନୀ କୁସୁମଲତା ପେହଲୱାନ ଆପରେ ସାମିଲ ହୋଇଛନ୍ତି। ଆପ୍ ସୁପ୍ରିମୋ ଅରବିନ୍ଦ କେଜରିୱାଲଙ୍କ ଉପସ୍ଥିତିରେ ସେମାନେ ଧରିଛନ୍ତି ଝାଡୁ। ସେମାନେ ଅତୀତରେ ଆପରେ ଥିଲେ। ମାତ୍ର ପରେ ବିଜେପିରେ ସାମିଲ ହୋଇଥିଲେ। ଏବେ ସେମାନେ ଘରବାହୁଡା କରିଛନ୍ତି ବୋଲି କହିଛନ୍ତି କେଜରିୱାଲ। ସେପଟେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ସମ୍ପର୍କରେ କେନ୍ଦ୍ରକୁ ଦୋଷ ଦେଇଛନ୍ତି କେଜରିୱାଲ। ସେ କହିଛନ୍ତି- ଭାରତ-ବାଂଲାଦେଶ ସୀମା ହେଉଛି ୪ହଜାର କିଲୋମିଟର । ସେଥିରୁ ୩ ହଜାର କିଲୋମିଟର ହୋଇଛି ତାରଜାଲି। ଅବଶିଷ୍ଟ ୧ ହଜାର କିଲୋମିଟର ସୀମାରେ ତାରବାଡ ଦିଆଯାଇନାହିଁ। ଏଥିଲାଗି ଅନୁପ୍ରବେଶକାରୀମାନେ ଭାରତରେ ପ୍ରବେଶ କରୁଛନ୍ତି। ସୀମାର ସୁରକ୍ଷା ପ୍ରତି କେନ୍ଦ୍ର ସରକାର ଗୁରୁତ୍ବ ଦେଉନାହାନ୍ତି। ପଶ୍ଚିମବଙ୍ଗ, ଆସାମ ଦେଇ କିପରି ସେମାନେ ପ୍ରବେଶ କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି କେଜରିୱାଲ।