ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ଘଟିଛି ଏକ ଅଭାବନୀୟ ଘଟଣା। ସୋମବାର ଦିନ ୩୪ ବର୍ଷୀୟ ଜଣେ ଯୁବକ ନିଜ ବାସଭବନରେ ବେକରେ ଦଉଡ଼ି ଲଗାଇ ଜୀବନ ହାରିଥିବା ଅଭିଯୋଗ ହୋଇଛି। ତେବେ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, ବ୍ୟକ୍ତି ଜଣକ ନିଜ ପତ୍ନୀଙ୍କ ନିର୍ଯାତନାରେ ଅତିଷ୍ଠ ହୋଇ ଏପରି ଚରମ ପଦକ୍ଷେପ ନେଇଛନ୍ତି।
ସ୍ତ୍ରୀଙ୍କ ମିଛ ଅଭିଯୋଗ ସାଙ୍ଗକୁ କୋର୍ଟରେ ନିର୍ଯାତନାର ଶିକାର । ଶେଷରେ ଭିଡିଓ ସୁଟିଂ କରି ହାରିଦେଲେ ଜୀବନ । କିନ୍ତୁ ଆତ୍ମହତ୍ୟା କରିବା ପୂର୍ବରୁ କିଭଳି ଭାବେ ତାଙ୍କୁ ନିର୍ଯାତନା ଦିଆାଇଛି ଓକିଲ ଏବଂ ତାଙ୍କ ସ୍ତ୍ରୀ କିଭଳି ମିଛ କେସରେ ଫସାଇଛନ୍ତି ଏହାକୁ ଭିଡିଓ ମାଧ୍ୟମରେ କହିଛନ୍ତି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ବାଙ୍ଗାଲୋରରେ କାମ କରୁଥିବା ଜୋନପୁରର ଇଞ୍ଜିନିୟର ଅତୁଲ ସୁବାଷଙ୍କ ଆତ୍ମହତ୍ୟା ଗଣମାଧ୍ୟମରେ ହେଡ ଲାଇନ ପାଲଟିଛି । ସେ ଆତ୍ମହତ୍ୟା କରିବା ପୂର୍ବରୁ ଭିଡିଓରେ କହିଛନ୍ତି କି, କୋର୍ଟରେ କିଭଳି ଭାବେ ଶୋଷଣର ଶିକାର ହୋଇଛନ୍ତି ।
ସେ ଭିଡିଓରେ କହିଛନ୍ତି କି, ଜୋନପୁର ଫ୍ୟାମିଲ୍ କୋର୍ଟର ଜଜ ରିତା କିଭଳିଭାବେ ୫୦ ଟଙ୍କା ମଧ୍ୟ ଲାଞ୍ଚ ନିଅନ୍ତି । ମ୍ୟାଡାମଙ୍କ ପାଖରେ ବସିଥିବା ପେସକାର ମାଧବ ପ୍ରତି କଥାରେ ଲାଞ୍ଚ ମାଗିଥାନ୍ତି । ସେ ବୟସ୍କ ହୁଅନ୍ତୁ କି ଗରୀବ କାହାକୁ ମଧ୍ୟ ଏମାନେ ଛାଡ଼ନ୍ତି ନାହିଁ । ସମସ୍ତଙ୍କୁ ଲାଞ୍ଚ ମାଗିଥାନ୍ତି । ମୋତେ ମଧ୍ୟ ମ୍ୟାଡାମ ନିଜେ ୫ ଲକ୍ଷ ଟଙ୍କା ମାଗିଛନ୍ତି । ସ୍ତ୍ରୀ ମୋ ନାଁରେ ମିଛ ଯୌତୁକ ନିର୍ଯାତନା ମାମଲା ଲଗାଇଥିବାବେଳେ ଜଜ ଧମକ ଦେଇଥିଲେ କି, ୩ କୋଟି ଟଙ୍କାର ଭରଣ ପୋଷଣ ଦେବାକୁ । ଏହାର ସେଟେଲମେଣ୍ଟ ଏବଂ ପରିମାଣ କମ କରିବା ପାଇଁ ଲାଞ୍ଚ ମାଗିଥିଲେ । ଆଉ ମୁଁ ଯେତେବେଳେ ଆତ୍ମହତ୍ୟା କରିବି ବୋଲି କହିଥିଲି ସେ ଏହାର ମଜାକ ଉଡ଼ାଇଥିଲେ । ଆଉ ହସିଥିଲେ । ଏଭଳି ଭାବେ ସ୍ତ୍ରୀ ଏବଂ ଶଶ୍ବର ଘର ଲୋକେ ମଧ୍ୟ ବାରମ୍ବାର ହଇରାଣ କରୁଥିବା ଭିଡିଓରେ ଜଣାଇଛନ୍ତି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।