ଭୁବନେଶ୍ୱର : ଆସୁଛି ଆଉ ଏକ ଲଘୁଚାପ । ଆସନ୍ତା ଦୁଇ ରୁ ତିନି ଦିନ ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ସୁଦୃଶ୍ୟ ଲଘୁଚାପରେ ପରିଣତ ହେବ । ଯାହା ୧୨ ତାରିଖ ବେଳକୁ ଶ୍ରୀଲଙ୍କା ଉପକୂଳ ଛୁଇଁବା ନେଇ ଅନୁମାନ କରାଯାଉଥିବା ବେଳେ ଏହାର ପ୍ରଭାବରେ ତାମିଲନାଡୁ କେରଳ ସହ ଉପକୂଳ ଆନ୍ଧ୍ରପ୍ରଦେଶରେ ଭାରୀ ବର୍ଷା ହେବାର ସମ୍ଭାବନା ରହିଛି ।
ଏହାସହ ଆଜି ଓ ଆସନ୍ତାକାଲି ଓଡିଶାର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ମଧ୍ୟ ରହିଛି । ଆଜି ଖୋର୍ଦ୍ଧା , ଅନୁଗୁଳ , ଢେଙ୍କାନାଳ, ଯାଜପୁରରେ ବର୍ଷା ହେବ ଏବଂ ୮ ତାରିଖରେ ଆଭ୍ୟନ୍ତରୀଣ ଓଡିଶା ଓ ଉତ୍ତର ଓଡିଶାରେ ବର୍ଷା ଓ କିଛି ସ୍ଥାନରେ କୂଆପଥର ବର୍ଷା ହେବାର ସମ୍ଭାବନା ରହିଛି ।