ସଂଚାର ବ୍ୟୁରୋ: ପୁଷ୍ପା ୨ ରିଲିଜ ବେଳେ ଜଣେ ମହିଳାଙ୍କ ଦଳାଚକଟାରେ ମୃତ୍ଯୁ ଘଟଣା। ଅଭିନେତା ଆଲ୍ଲୁ ଅର୍ଜୁନଙ୍କ ବିରୋଧରେ ରୁଜୁ ହେଲା ମାମଲା। ମୃତ ମହିଳାଙ୍କ ପରିବାର ଲୋକେ ଏହି ମାମଲା ରୁଜୁ କରିଛନ୍ତି। ଏହାସହ ଫିଲ୍ମ ସ୍କ୍ରିନିଂ ହେଉଥିବା ସଂଧ୍ଯା ସିନେମା ହଲ ବିରୋଧରେ ମଧ୍ୟ ମାମଲା ରୁଜୁ ହୋଇଛି। ଦଳାଚକଟାରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଏକାଧିକ ଲୋକ ଆହତ ହୋଇଛନ୍ତି । ବହୁ ଆଡମ୍ବର ସହିତ ହାଇଦ୍ରାବାଦରେ ରିଲିଜ ହୋଇଯାଇଛି ପୁଷ୍ପା ୨ର ପ୍ରିମିୟର । ତେବେ ପ୍ରଥମ ଦିନର ପ୍ରଥମ ଶୋ ଦେଖିବାକୁ ଲୋକଙ୍କ ପ୍ରବଳ ଗହଳି ଲାଗି ରହିଥିଲା । ଏହାସହ ଅଲ୍ଲୁ ଅର୍ଜୁନଙ୍କ ଆସିବା ଖବର ଭିଡକୁ ଆହୁରି ଦୁଇ ଗୁଣିତ କରିଥିଲା । ଅଲ୍ଲୁ ଅର୍ଜୁନ ସିନେମା ହଲରେ ପହଞ୍ଚିବା ପରେ ଭିଡ ଅଣାୟତ୍ତ ହୋଇଥିଲା । ଅଲ୍ଲୁ ଅର୍ଜୁନଙ୍କୁ ଭେଟିବାକୁ ଲୋକମାନେ ପ୍ରୟାସ କରିଥିଲେ ଫଳରେ ଦଳାଚକଟା ପରିସ୍ଥିତି ଉପୁଜିଥିଲା । ଏଥିରେ ଅନେକ ଲୋକ ଆହତ ହୋଇଥିଲେ। ଦଳାଚକଟାକୁ ଦେଖି ପୋଲିସ ଲାଠି ଚାର୍ଜ କରିବା ପରେ ପରିସ୍ଥତି ଆୟତ୍ତକୁ ଆସିଥିଲା।