ସଂଚାର ବ୍ୟୁରୋ: ବାରଙ୍ଗ ଥାନା ବାର୍ଷିଙ୍ଗା ଗାଁରେ ପୁଅ ବୋହୂଙ୍କୁ ପେଟ୍ରୋଲ ଢ଼ାଳି ନିଆଁ ଲଗାଇବା ଘଟଣା । ମୁଖ୍ୟ ଅଭିଯୁକ୍ତ ବାପା ଗୋଭର୍ଦ୍ଧନ ରାଉତକୁ ଗିରଫ କରି କୋର୍ଟ ଚାଲାଣ କଲା ବାରଙ୍ଗ ପୋଲିସ । ଗତ ନଭେମ୍ବର ୩୦ ତାରିଖ ରାତିରେ ଘଟିଥିଲା ଏହି ଛାତିଥରା ଘଟଣା । ଦିନବନ୍ଧୁ ରାଉତ ଓ ତାଙ୍କ ସ୍ତ୍ରୀ ସସ୍ମିତା ରାଉତ ଘରେ ଖାଉଥିବା ବେଳେ ବାପା ଗୋଭର୍ଦ୍ଧନ ରାଉତ ଟଙ୍କା ପାଇଁ ପୁଅ ବୋହୂକୁ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେଇଥିଲେ । ଫଳରେ ଦୀନବନ୍ଧୁଙ୍କ ପତ୍ନୀ ସସ୍ମିତା ରାଉତ ଙ୍କ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ସେପଟେ ଏବେବି ICU ରେ ଚିକିତ୍ସାଧିନ ଅଛନ୍ତି ଦିନବନ୍ଧୁ । ତେବେ ପୁଅ ବୋହୂଙ୍କୁ ପେଟ୍ରୋଲ ଢ଼ାଳି ନିଆଁ ଲଗାଇବା ସମୟରେ ବାପା ଗୋଭର୍ଦ୍ଧନ ରାଉତ ମଧ୍ୟ ଆହତ ହୋଇଥିବା ବେଳେ ସେ ମଧ୍ୟ କଟକ SCB ମେଡ଼ିକାଲ ରେ ଚିକିତ୍ସିତ ହେଉଥିଲେ । ଆଜି ଗୋବର୍ଦ୍ଧନର ସ୍ୱାସ୍ଥ୍ୟ ଅଵସ୍ଥାରେ ସୁଧାର ଆସିବା ପରେ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଟଙ୍କା ପାଇଁ ପୁଅ ବୋହୂ ଙ୍କୁ ପେଟ୍ରୋଲ ଢ଼ାଳି ନିଆଁ ଲଗାଇଥିବା ପୋଲିସ ପାଖରେ ସ୍ୱୀକାର କରିଛି ଅଭିଯୁକ୍ତ ଗୋଭର୍ଦ୍ଧନ ରାଉତ ।