ମେଷ : ନୂତନ ପରିବେଶରେ ଭିନ୍ନ ସ୍ବାଦର ଅନୁଭୂତି ଲାଭ କରିବେ । କର୍ମାରମ୍ଭ, ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ, ଭ୍ରମଣ ସୁଯୋଗଜନିତ ମନ ଖୁସି ରହିବ । ପାରିବାରିକ ଅସ୍ଥିରତା, ଅର୍ଥାଭାବ, କାର୍ଯ୍ୟସିଦ୍ଧିରେ ବିଳମ୍ବ ହେତୁ ମାନସିକ ଦ୍ୱନ୍ଦ୍ୱ ସୃଷ୍ଟି ହେବ । ସହକର୍ମୀଙ୍କ ପ୍ରତ୍ୟେକ କଥାକୁ ଠିକ୍ ଭାବେ ବୁଝିପାରିବେନି ।
ବୃଷ : ସ୍ବାସ୍ଥ୍ୟ ସମସ୍ୟା ଯୋଗୁ ବ୍ୟସ୍ତତା ଅନୁଭବ କରିବେ । ସଦାବେଳେ ହାତଖାଲି ରହିବା କାରଣରୁ ମନରେ ସରସତା ରହିବ ନାହିଁ । ଏହା ସାଙ୍ଗକୁ ଅପୂରଣୀୟ ଆଶା, ସଙ୍ଗୀତ ତଥା ମନୋରଞ୍ଜନ କାର୍ଯ୍ୟକ୍ରମରେ ନିଜକୁ ନିୟୋଜିତ କରିବେ । ଅଧୁରା କାମ ପୂରାକରିବା ପାଇଁ ସ୍ତ୍ରୀଙ୍କ ସହ ମନୋମାଳିନ୍ୟ ଘଟିପାରେ ।
ମିଥୁନ : ବିଭିନ୍ନ ସମସ୍ୟା ମାନସିକ ଚିନ୍ତାଧାରାକୁ ବିକ୍ଷିପ୍ତ କରିବ । ମନରେ ଶୁଦ୍ଧ ଭାବନା ରହିଲେ ମଧ୍ୟ ପାରିବେଶିକ ବ୍ୟତିକ୍ରମ କର୍ମକ୍ଷେତ୍ରର ଯୋଜନାକୁ ବଦଳାଇଦେଇପାରେ । ହଠାତ୍ ବନ୍ଧୁଙ୍କ ସହ ଅର୍ଥ ସମ୍ପର୍କକୁ ନେଇ ଭ୍ରାତୃ ବିବାଦ ଦେଖାଦେଇପାରେ । ଆର୍ଥିକ ଲାଭର ଯୋଗ ରହିଛି ।
କର୍କଟ : ଦୀର୍ଘ ଦିନରୁ ଅଟକି ରହିଥିବା କାମଗୁଡ଼ିକ ଯୋଗୁ ମାନସିକ ଶାନ୍ତି ବ୍ୟାହତ ହେବ । ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି । ଆଜି ବାହାରକୁ ଯାଇପାରନ୍ତି । ଆପୋସ ଆଲୋଚନା ଦ୍ୱାରା ପାରିବାରିକ ସମସ୍ୟାର ସମାଧାନ କରିପାରିବେ ।
ସିଂହ : ସ୍ବାସ୍ଥ୍ୟ ଭଲ ରହିବା ସହ ଅଧ୍ୟାତ୍ମକ କାର୍ଯ୍ୟକ୍ରମରେ ଯୋଗଦେବେ । ଯାନ୍ତ୍ରିକ ଜିନିଷ, ଅଳଙ୍କାର ପ୍ରଭୃତି ପାଇଁ ପରିବାରରୁ ବରାଦ ପାଇବେ । ଜମିଜମା, ପିଲାଙ୍କ ବିବାହ ସମ୍ପର୍କିତ ଚିନ୍ତାରେ ମନ ଉଦ୍ବିଗ୍ନ ରହିବ । ଆନୁଷ୍ଠାନିକ କାର୍ଯ୍ୟ ସମ୍ପନ୍ନରେ ବନ୍ଧୁ ସାହାଯ୍ୟ ଆଶା କରିପାରନ୍ତି ।
କନ୍ୟା : ସାଧାରଣ ସମସ୍ୟା ମଧ୍ୟ ଦେଇ ଲକ୍ଷ୍ୟ ପୂରଣ ଦିଗରେ ଅଗ୍ରସର ହେବେ । ମନରେ ବିରକ୍ତି ଜାଗ୍ରତ ହେବା ସହ କଥାବାର୍ତ୍ତାର କଠୋରତା ସମ୍ପର୍କକୁ ହ୍ରାସ କରାଇବ । ପରିସ୍ଥିତିର ବିଡ଼ମ୍ବନା କାରଣରୁ ମତାନ୍ତର ସମ୍ଭାବନା ରହିଛି । ଶିଳ୍ପ, ବାଣିଜ୍ୟ, ପରିବହନାଦିରେ ବିବାଦୀୟ ପରିସ୍ଥିତିର ଦୃଢ଼ ମୁକାବିଲା କରିବେ ।
ତୁଳା : ଆଜିର ଯାତ୍ରା ଦୀର୍ଘ ଦିନର ଅଭିଳାଷ ପୂରଣକରି ନ ପାରେ । ସ୍ବାସ୍ଥ୍ୟରେ ଉନ୍ନତି ଓ ପାରିବାରିକ ସ୍ଥିତି ନିୟନ୍ତ୍ରଣରେ ରହିବ । ମକଦ୍ଦମା, ଆଲୋଚନା, ଗବେଷଣା, ସାହିତ୍ୟ ଓ ସାମ୍ବାଦିକତା କ୍ଷେତ୍ରରେ ପ୍ରତିବନ୍ଧକର ସମ୍ମୁଖୀନ ହେବେ । ରୋଗ, ଋଣ ଓ ପରୋକ୍ଷ ଶତ୍ରୁତା ଯୋଗୁ ବ୍ୟସ୍ତ ରହିପାରନ୍ତି ।
ବିଛା : ଆଜି ସତର୍କତା ଅଭାବରୁ ଧନହାନି, କଳହ କିମ୍ବା ଆକସ୍ମିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବା ଆଶଙ୍କା ରହିଛି । ବିବାଦୀୟ ଘଟଣା, ନିର୍ମାଣ ଓ ପରିବହନରେ ସମସ୍ୟା ସମାଧାନ ହେବାର ସୂଚନା ରହିଛି । ନିଜସ୍ବ ଅବହେଳା ଯୋଗୁ କେତେକ କାମ ସକାଶେ ଅନ୍ୟର ସାହାଯ୍ୟ ନେବାକୁ ବାଧ୍ୟହୋଇପାରନ୍ତି ।
ଧନୁ : ପରିବାରରେ ଭୁଲ୍ ବୁଝାମଣା କାରଣରୁ ସମ୍ପର୍କ ହାନି ଘଟିପାରେ । ଅର୍ଥନୈତିକ କାରବାର, ବ୍ୟବସାୟ, ଆଲୋଚନା, ଯାତ୍ରାଦିରେ ହଇରାଣ ହୋଇପାରନ୍ତି । ପାରିବାରିକ କ୍ଷେତ୍ରରେ ପ୍ରତିକ୍ରିୟାଶୀଳ ହେବା ସମସ୍ୟାକୁ ନିମନ୍ତ୍ରଣ କରିବ । ଲେଖାପଢ଼ା ତଥା ପ୍ରକାଶନ କ୍ଷେତ୍ରରେ ଶୁଭଫଳ ପାଇବେ ।
ମକର : କୌଣସି କ୍ଷେତ୍ରରୁ ଆଶାଜନକ ଅର୍ଥ, ସମ୍ମାନ, ବସ୍ତ୍ର ଭୂଷଣାଦି ପ୍ରାପ୍ତି ହୋଇପାରନ୍ତି । ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେବେ ଓ ସଭାସମିତିରେ ପ୍ରଶଂସିତ ହେବେ । ସତ୍ସଙ୍ଗ ଓ ଧର୍ମଚର୍ଚ୍ଚା ଦିଗକୁ ମନ ବଳାଇବେ । ଆର୍ଥିକ ସ୍ବଚ୍ଛଳତା ଓ ପ୍ରିୟ ବନ୍ଧୁଙ୍କ ସାନ୍ନିଧ୍ୟ ଲାଭରୁ ଖୁସି ହେବେ ।
କୁମ୍ଭ : ଆଜି କୌଣସି କାମରେ ସହକର୍ମୀ କିମ୍ବା ପଡ଼ୋଶୀ ସାହାଯ୍ୟ କରିବେ । ଉପରିସ୍ଥଙ୍କ ଅନୁକମ୍ପାରୁ ସ୍ଥଗିତ କାମ ତ୍ୱରାନ୍ବିତ କରିବେ । ପଡ଼ୋଶୀଙ୍କ ସହ ସମ୍ପର୍କ ବୃଦ୍ଧି ହେତୁ ମନ ହାଲୁକା ହୋଇଯାଇପାରେ । ପିଲାଙ୍କ ପଢ଼ା ସମସ୍ୟା, ପରିବହନରେ ଝଗଡ଼ା, ସଭାସମିତିରେ ଅସ୍ଥିରତାର ସୂଚନା ମଧ୍ୟ ରହିଛି ।
ମୀନ : ନିଜ ଲୋକମାନେ ଈର୍ଷା ପରାୟଣ ହୋଇ ପରିସ୍ଥିତିକୁ ଭିନ୍ନ ରୂପ ଦେଇପାରନ୍ତି । ଆଜିର ପ୍ରତ୍ୟୁଷ ଯାତ୍ରା ଶୁଭପ୍ରଦ ହେବା ସହ ବନ୍ଧୁଙ୍କ କଥାରେ ପ୍ରଭାବିତ ହୋଇ ଦର୍ଶନୀୟ ସ୍ଥାନ ଭ୍ରମଣ ପାଇଁ ମନ ବଳାଇବେ । ଗୃହନିର୍ମାଣ କିମ୍ବା ଜମିଜମା ସଂକ୍ରାନ୍ତୀୟ କଳହର ଆଶଙ୍କାକୁ ଏଡ଼ିହେବ ନାହିଁ ।