ସଂଚାର ବ୍ୟୁରୋ: ନକ୍ସଲ ପ୍ରଭାବିତ ଛତିଶଗଡର ବିଜାପୁର ଜିଲ୍ଲାରେ ଚାଲିଛି ମାଓ ଅପରେଶନ । ଏହି କ୍ରମରେ ଆଜି ସୁରକ୍ଷାକର୍ମୀ ଓ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । କୁହାଯାଉଛି କି, ଏହି ଗୁଳିବିନିମୟ ବେଳେ ୮ ଜଣ ନକ୍ସଲ ନିପାତ ହୋଇଛି । ମୃତ ନକ୍ସଲମାନଙ୍କ ଶବକୁ ସୁରକ୍ଷାକର୍ମୀମାନେ ନେଇ ଆସିଛନ୍ତି । ଏବେ ବି ଗୁଳିବିନିମୟ ଜାରି ରହିଛି ।
© 2024 Sanchar News