ସଂଚାର ବ୍ୟୁରୋ: ବେଙ୍ଗାଳୁରୁରେ ଦଳାଚକଟା। ରୟାଲ ଚାଲେଞ୍ଜର୍ସ ବେଙ୍ଗାଳୁରୁର ବିଜୟ ଉତ୍ସବ ବେଳେ ଦଳାଚକଟା। ଦଳାଚକଟାରେ ୭ ମୃତ, ୫୦ ଆହତ ସୂଚନା। ଚିନ୍ନାସ୍ବାମୀ ଷ୍ଟାଡିୟମ ବାହାରେ ଦଳାଚକଟା ଘଟିଛି। ୨୦୨୫ ଆଇପିଏଲ୍ ଚାମ୍ପିଅନସିପରେ ଆରସିବିର ବିଜୟ ଉତ୍ସବ ପାଳନ କରିବା ପାଇଁ ବେଙ୍ଗାଲୁରୁର ଏମ୍. ଚିନ୍ନାସ୍ୱାମୀ ଷ୍ଟାଡିୟମ ବାହାରେ ପ୍ରଶଂସକମାନେ ଏକତ୍ରିତ ହୋଇଥିବା ବେଳେ ଘଟିଥିଲା ଅଘଟଣ। । ଏହି ଉତ୍ସବ କର୍ଣ୍ଣାଟକ ରାଜ୍ୟ କ୍ରିକେଟ ଆସୋସିଏନ ପକ୍ଷରୁ ଆୟୋଜିତ ହେଉଥିଲା। ପ୍ରବଳ ଭିଡ ଯୋଗୁ ଦଳାଚକଟାରେ ୭ ଜଣଙ୍କର ମୃତ୍ୟୁ ହୋଇଛି। ଅତି କମରେ ୫୦ ଜଣ ଆହତ ହୋଇଥିବା ଆଶଙ୍କା କରାଯାଉଛି। ଆହତ ମାନଙ୍କୁ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଛି ।ଆଜି ଅପରାହ୍ନରେ ହଜାର ହଜାର ପ୍ରଶଂସକ ଏମ. ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଏକାଠି ହୋଇଥିଲେ, ଆରସିବି ଦଳ ସହିତ ଖୁସି ମନାଇବେ ବୋଲି ଆଶା କରାଯାଉଥିଲା । ଷ୍ଟାଡିୟମର ଭିତର ଏବଂ ଆଖପାଖ ରାସ୍ତାଗୁଡ଼ିକ ଜାମ ହୋଇଯାଇଥିଲା ଏବଂ ପ୍ରଶଂସକମାନେ ରାସ୍ତା, ନମ୍ମା ମେଟ୍ରୋ ଏବଂ ଚାଲିଚାଲି ଆସି ଗୋଟିଏ ସ୍ଥାନରେ ଏକାଠି ହୋଇଥିବାରୁ ଯାନବାହାନ ଚଳାଚଳ ଠପ୍ ହୋଇଯାଇଥିଲା। ଏହାକୁ ନେଇ ସେଠାରେ ଦଳାଚକଟା ଘଟିଥିଲା। ….