ଏହାର ପ୍ରଭାବରେ ଆହୁରି ୨୪ ଘଣ୍ଟାରେ ରାଜ୍ୟରେ ଅତି ପ୍ରବଳ ବର୍ଷା ସହ ୭ ଦିନ ଯାଏ କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ନେଇ ଚେତାବନୀ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଉପକୂଳ ଓଡ଼ିଶାରେ ବର୍ଷାର ବିଶେଷ ପ୍ରଭାବ ରହିବ । ୨୪ ଘଣ୍ଟାରେ ସାରା ଓଡ଼ିଶାରେ ବର୍ଷା ଚେତାବନୀ ସହ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ବରଗଡ଼, ସମ୍ବଲପୁର, ଝାରସୁଗୁଡା ଓ ସୁନ୍ଦରଗଡ଼ ଏହି ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।
ସେହିପରି ୧୯ ଜିଲ୍ଲାକୁ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ୟେଲୋ ଓ୍ବାର୍ଣ୍ଣିଂ ଜାରି ହୋଇଛି । ଅବଶିଷ୍ଟ ୭ ଜିଲ୍ଲାରେ ବିଜୁଳି ଘଡ଼ିଘଡ଼ି ସହ ୩୦ ରୁ ୪୦ କିମି ଝଟକା ପବନ ସମ୍ଭାବନାକୁ ନେଇ ଚେତାବନୀ ଜାରି ହୋଇଛି ।
ପାଣିପାଗ କେନ୍ଦ୍ର ଅନୁସାରେ, ୮ ଓ ୯ ତାରିଖ ଦୁଇ ଦିନ ଓଡ଼ିଶା ଉପକୂଳ ଅଶାନ୍ତ ରହିବ । ଏହି ସମୟରେ ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ପବନ ଘଣ୍ଟା ପ୍ରତି ୬୦ କିମି ବେଗରେ ଝଟ୍କା ପବନ ବହିପାରେ । ସମୁଦ୍ର ଅଶାନ୍ତ ରହିଥିବାରୁ ଓଡ଼ିଶା ଉପକୂଳ ସମୁଦ୍ରକୁ ଦୁଇ ଦିନ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି ।

