ସଂଚାର ବ୍ୟୁରୋ: ମାଓ-ପୋଲିସ ଗୁଳିବିନିମୟ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ନାରାୟଣପୁର ଏବଂ କାଙ୍କେର ଜିଲ୍ଲା ସୀମାନ୍ତରେ ଏନକାଉଣ୍ଟର । ଅବୁଝମାଡ଼ ଜଙ୍ଗଲରେ ପୋଲିସର ଏନକାଉଣ୍ଟରରେ ଦୁଇ ମହିଳା ମାଓବାଦୀ ସମେତ ୫ ହାର୍ଡକୋର ମାଓବାଦୀ ନିହତ ହୋଇଛନ୍ତି। ଅପରପକ୍ଷରେ ଏହି ଗୁଳି ବିନିମୟରେ ଦୁଇ ସୁରକ୍ଷାକର୍ମୀ ଆହତ ହୋଇ ରାୟପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଆଣ୍ଟି ନକ୍ସଲ ଅଭିଯାନ ମାଧ୍ୟମରେ ଛତିଶଗଡର ପ୍ରାୟ ୧ ହଜାର ୪ ଶହ ୪୮ ଜଣ ସୁରକ୍ଷା କର୍ମୀ ଗତ ପନ୍ଦର ତାରିଖ ଦିନ ରାତି ଛୋଟେବେଠିଆ ଥାନା ଅଧୀନରେ ଥିବା ଉତ୍ତର ଅବୁଝମାଡ଼ ଅଞ୍ଚଳରେ କମ୍ବିଂ ଅପରସନରେ ବାହାରିଥିଲେ l ଘଟଣାସ୍ଥଳରୁ ଗୋଟିଏ ଇନସାସ ରାଇଫଲ, ଗୋଟିଏ SLR ବନ୍ଧୁକ, ତିନୋଟି BGL ବନ୍ଧୁକ ସହ ବିପୁଳ ପରିମାଣର ପରିମାଣର ମାଓ ବିସ୍ପୋରକ ସାମଗ୍ରୀ ଜବତ କରିଛି ସୁରକ୍ଷାକର୍ମୀ। STF, DRG ଏବଂ BSF ଯବାନ ଅପରେସନ ବେଳେ ଏହି ସଫଳତା ମିଳିଛି।