ରାଜ୍ୟରେ ୫ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ସମସ୍ତ ଆକ୍ରାନ୍ତ ଖୋର୍ଦ୍ଧା ଜିଲ୍ଲାର ହୋଇଥିବା ବେଳେ ସେଥିମଧ୍ୟରୁ ୪ ଜଣ ରାଜଧାନୀ ଭୁବନେଶ୍ବର ଓ ଜଣେ ଜଟଣୀ ଅଞ୍ଚଳରୁ ରହିଛନ୍ତି। ୫ ଆକ୍ରାନ୍ତଙ୍କ ମଧ୍ୟରେ ୪ ଜଣ ପୁରୁଷ ଓ ଜଣେ ମହିଳା ରହିଥିବା ଜଣାପଡିଛି।
ଅନ୍ୟପଟେ ଦେଶରେ କୋଭିଡ ସ୍ଥିତିକୁ ନେଇ ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ ବସିବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ବୈଠକ ସ୍ଥଗିତ ରହିଛି। ଖୁବ ଶୀଘ୍ର ନୂଆ ତାରିଖ ଘୋଷଣା ହେବ ବୋଲି ଜଣାପଡିଛି। ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହେବାର ଥିଲା। ଭିଡିଓ କନଫରରେନ୍ସିଂରେ ସବୁ ରାଜ୍ୟର ଅଧିକାରୀ ସାମିଲ ହେବାର କାର୍ଯ୍ୟକ୍ରମ ରହିଥିଲା। ଦେଶରେ ବ୍ୟାପୁଥିବା ଦୁଇଟି ଭ୍ୟାରିଏଣ୍ଟରେ କେବଳ ଥଣ୍ଡା କାଶ ଲକ୍ଷଣ ଦେଖାଯାଉଛି ।