ସଂଚାର ବ୍ୟୁରୋ: ରାଜଧାନୀରେ ବେପରୁଆ ଗାଡି ଚାଳନା ଘଟଣା । ୫ ଜଣଙ୍କୁ ଗିରଫ କଲା କମିଶନରେଟ ପୋଲିସ । ମାମଲାରେ ୨ଟି ଗାଡ଼ିକୁ ଜବତ କରିଛି । ସହିଦ ନଗର ରୁପାଲି ଛକ ନିକଟରେ ଟ୍ରାଫିକ ନିୟମର ଧଜ୍ଜିଆ ଉଡାଇଥିଲେ ଯୁବକ । ରାଲିରେ ଯିବା ସମୟରେ ବେପରୁଆ ଭାବେ ଗାଡି ଚଳାଇ ଦୁର୍ଘଟଣା ଘଟାଇଥିଲେ । ସେହି ସମୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ବିଏମସି ଅଫିସ ସମ୍ମୁଖରୁ ରୂପାଲି ଛକ ମଧ୍ୟରେ ଯୁବକମାନେ ଉତ୍ପାତ କରିଥିଲେ । କମିଶନରେଟ ପୋଲିସ ଘଟଣାର ତଦନ୍ତ କରି ୫ ଜଣଙ୍କୁ ଗିରଫ କରିଛି ।

