ହୀରକୁଦ ଜଳ ଭଣ୍ତାର ଖୋଲିଲା ଆଉ ୪ଟି ଗେଟ। ମୋଟ ୨୦ଟି ଗେଟରେ ଜଳ ନିଷ୍କାସନ ଜାରି ରହିଛି। ଉପର ମୁଣ୍ତରେ ବର୍ଷା ଯୋଗୁ ଜଳପ୍ରବେଶ ବଢିବାରେ ଲାଗିଛି । ମଧ୍ୟାହ୍ନ ୩ଟା ସୁଦ୍ଧା ୬୦୯.୩୯ ଫୁଟ ଜଳସ୍ତର ରହିଛି । ଉପର ମୁଣ୍ତରୁ ସେକେଣ୍ତ ପ୍ରତି ୨ ଲକ୍ଷ ୫୧ ହଜାର ୪୯୮ କ୍ୟୁସେକ ଜଳ ପ୍ରବେଶ କରୁଛି । ସେହିପରି ୨ ଲକ୍ଷ ୭୫ ହଜାର ୩୯୬ କ୍ୟୁସେକ ଜଳ ନିଷ୍କାସନ ହେଉଛି । ହୀରାକୁଦ ଜଳଭଣ୍ଡାର ଜଳସ୍ତର ବଢ଼ିବାରେ ଲାଗିଛି।
ହୀରାକୁଦ ଜଳଭଣ୍ଡାରର ଜଳସ୍ତର କ୍ଷମତା ୬୩୦ ଫୁଟ ଥିବା ବେଳେ ବର୍ତ୍ତମାନ ଜଳସ୍ତର ୬୦୯. ୩୯ ଫୁଟ ରହିଛି। ବର୍ତ୍ତମାନ ୨୦ଟି ଗେଟ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି। ବାମ ପାର୍ଶ୍ଵରେ ୧୩ଟି ଗେଟ ଓ ଡାହାଣ ପାର୍ଶ୍ୱରେ ୭ଟି ଗେଟ ଦେଇ ବନ୍ୟା ଜଳ ନିଷ୍କାସନ କରାଯାଉଛି। ୨ଲକ୍ଷ ୫୧ ହଜାର ୪୯୮ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୨ ଲକ୍ଷ ୭୫ ହଜାର ୩୯୬ କ୍ୟୁସେକ ଜଳ ନିଷ୍କାସିତ ହେଉଛି। ଜଳସ୍ତର ବଢିଲେ ଆଗକୁ ଆହୁରି ଗେଟ ଖୋଲାଯିବ ବୋଲି ଡ୍ୟାମ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

